ଖବର ପ୍ରସାରଣ ପରେ ଲମେଙ୍କ ପାଖରେ ବିଭାଗୀୟ ଅଧିକାରୀ 

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଲେନବସା ଗ୍ରାମର ଲମେ ମାଝୀ ଯିଏ ସ୍ୱାମୀ ମୃତ୍ୟୁ ହେବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧବା ଭତା ରୁ ବଞ୍ଚିତ ରହିଥିଲେ। ଯାହା ଫଳରେ ସେ ଅନେକ ସମୟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କାଗଜପତ୍ର ଦେବା ପରେ ମଧ୍ୟ ଆଜି ହେବ କାଲି ହେବ ବୋଲି ସମୟ ପରେ ସମୟ ଦେଇ ଚାଲି ଥିଲେ। ହେଳେ କିଏ ମଧ୍ୟ ତାଙ୍କୁ ଦେଇଥିବା କଥା ରଖି ପାରି ନ ଥିଲେ। ଯାହା ଫଳରେ ସେ ଥକି ଯାଇ ନିରାଶ ହୋଇ ଘରେ ବସିଥିଲେ। ପରେ ଏ ସମ୍ପର୍କରେ ଆମ ଖବର କାଗଜରେ ତାଙ୍କ ସମସ୍ୟ ବିଷୟରେ ପ୍ରକାଶ ପାଇଥିଲା । ଖବର ପାଇବାର ଗୋଟିଏ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀ ତାଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ଓ କଥା ଦେଇଛନ୍ତି ଯଥା ଶୀଘ୍ର ତାଙ୍କୁ ବିଧବା ଭତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି ତତ୍ପରତା ଦେଖି ସ୍ତାନୀୟ ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.