ଖବର ଆଜିର…ତାରିଖ ୧୫/୦୫/୨୩, ସୋମବାର

୧-ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ, ଆଗାମୀ ୩ଦିନ ଯାଏ ଅସହ୍ୟ ତାତି,୧୮ରୁ କାଳବୈଶାଖୀ ସମ୍ଭାବନା।

୨-ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ,୩ହଜାର ତଳକୁ ଖସିଲା ସକ୍ରିୟ ମାମଲା।

୩-ପ୍ରକାଶ ପାଇଲା ICSE, ISC ରେଜଲ୍ଟ: ଓଡ଼ିଶାରୁ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଟପ୍ପର, ଦ୍ୱାଦଶରେ ଟପ୍ପର ହୋଇଛନ୍ତି ଦିଶା ଗୋଏଲ।

୪-ଭୁବନେଶ୍ୱର:ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେଲା ୧୪ଟି ଜିଲ୍ଲା।

୫-କେନ୍ଦ୍ରାପଡ଼ାର ୯ ବ୍ଲକରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଜିଲାପାଳ ଓ ବିଡ଼ିଓଙ୍କୁ ନୋଟିସ ଜାରି।

୬-ନବୀନ ନିବାସରେ ଦୀପାଳି, ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନେଲେ ଆଶୀର୍ବାଦ।

୭-ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ନିଯୁକ୍ତ।

୮-ଭୁବନେଶ୍ୱର: ଆନ୍ଦୋଳନ ପରେ ବି ପୂରଣ ହେଉନି ଦାବି, ଆଜିଠୁ ବିଦ୍ୟୁତ୍ ଯନ୍ତ୍ରୀଙ୍କ ସତ୍ୟାଗ୍ରହ।

୯-ହଳଦୀ ପରେ ଏବେ ବ୍ରାଣ୍ଡିଂ ହେଉଛି କନ୍ଧମାଳ ଷ୍ଟ୍ରବେରୀ, ୬ ଟି ବ୍ଲକର ୧୪ ଏକର ଜମିରେ ହୋଇଛି ଚାଷ।

୧୦-ହାତକୁ ଦି ହାତ ହେଲେ ପାଲଲହଡ଼ା ବିଧାୟକ ମୁକେଶ ପାଲ, ବିବାହ ଭୋଜିରେ ଯୋଗଦେଲେ 5T ସଚିବ।

୧୧-ଭୁବନେଶ୍ୱର: ରାମ୍ପରେ ଚାଲିଲେ ବରିଷ୍ଠ ନାଗରିକ। ଯୁବରାଜ, ସୋନମଙ୍କୁ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଟାଇଟଲ।

୧୨-ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ ଖୁଲାସା : ପାକିସ୍ତାନର ISI ଲିଙ୍କ୍‌ରେ ଓଡ଼ିଶାରୁ ୩ ଗିରଫ।

୧୩-ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌, ବଜାର ଓ ନିବେଶକୁ ଅଧିକ ନିକଟତର କରିବ ବିମାନ ଚଳାଚଳ।

୧୪-କିର୍ତ୍ତୀରାଜି ସଂରକ୍ଷଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଉପରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଗୁରୁତ୍ୱାରୋପ।

୧୫-ନୀତୀଶ ଏବଂ ରିଙ୍କୁଙ୍କ ଅର୍ଦ୍ଧଶତକୀୟ ଇନିଂସ, ଚେନ୍ନାଇକୁ ତାରି ମାଟିରେ ହରାଇଲା କୋଲକାତା, ରୋଚକ ହେଲା ପ୍ଲେ ଅଫ୍ ଦୌଡ଼।

୧୬-ଡେରାଡୁନ:ଚାରିଧାମ ଯାତ୍ରାରେ ବାଧକ ବରଫପାତ; ମେ’ ୨୫ ତାରିଖ ଯାଏଁ ପଞ୍ଜିକରଣ ବନ୍ଦ।

୧୭-ନୂଆ ଦିଲ୍ଲୀ:ସାମୁଦ୍ରିକ ଝଡ଼ ‘ମୋକା’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ, ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୯୫ କିମି ବେଗରେ ପବନ।

୧୮-ରୁଷ ଏବଂ ଚୀନ ମଧ୍ୟରେ ‘ନୋ ଲିମିଟ୍’ ବୁଝାମଣା ଦୁନିଆ ପାଇଁ ବିପଦ, ଚେତାଇଲା ଜାପାନ।

Leave A Reply

Your email address will not be published.