ଭଞ୍ଜନଗର,୧୪/୦୫ : ନିଜ ଘର୍ ମଧ୍ୟରେ ଅସଜଡ଼ା ବିଦ୍ୟୁତ କୁ ସଜାଡୁ ଥିବା ବେଳେ ଅସାବଧାନତା ବଶତଃ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ହେଲେ ଭଞ୍ଜନଗର ଥାନା ମୁଜାଗଡ଼ ଗ୍ରାମର ସୁରେନ୍ଦ୍ର ନାଇକ ଙ୍କ ପୁଅ ଅଶୋକ ନାଇକ (୪୦) । ସୂଚନା ଅନୁଯାୟୀ ଅଶୋକ ସନ୍ଧ୍ୟାରେ ନିଜ ଘରେ ବିଦ୍ୟୁତ କାଯ୍ୟ କରୁଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ ଆଘାତ ପାଇଁ ଟଳି ପଡି ଥିଲେ। ପରିବାର ଲୋକେ ଏକ ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଅଶୋକ କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।