ଧୂମଧାମରେ ଚାଲିଛି ମାଆ ଗୋଷାମଣୀଙ୍କ ଯାତ୍ରା

କୁକୁଡାଖଣ୍ଡି :  କୁକୁଡାଖଣ୍ଡି ଗ୍ରାମରେ 10 ଦିନ ଧରି ମା ଗୋଷାମଣୀ ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି 9 ଦିନରେ ପହଞ୍ଚିଛି । ଯାତ୍ରା ପାଇଁ ସମ୍ପୂର୍ଣ୍ଣ ରଙ୍ଗ ଵେରଙ୍ଗର ତୋରଣମାଳ ସହ ଆଲୋକରେ ସମସ୍ତ ସାହିରେ  ସୁସଜ୍ଜିତ ହୋଇଛି ।ମାନସିକଧାରୀ ଭକ୍ତ ମାନେ 8ଟି ଵାଘ ପରିଧାନ କରି ଗ୍ରାମରେ ଵୁଲୁଥିଵା ଦେଖିଵାକୁ ମିଳୁଥିବା ବେଳେ ଢେଙ୍କାନାଳ ର ଶିଙ୍ଗ ଵାଦ୍ୟ  ରାଜମଣ୍ଡ୍ରିର ର ଦେଵୀ ଦଶବତାଳ ଯାତ୍ରାକୁ ରୋମାଞ୍ଚକର ସୃଷ୍ଟି କରିଥିଲା । ତାସହ ବହୁ  ଗ୍ରାମରୁ ଆସି ଲୋକମାନେ ପସରା ମେଲିଥିଵା ଦେଖିଵାକୁ ମିଳିଛି । ସଂନ୍ଧ୍ୟା ପରଠାରୁ ଗ୍ରାମର ଵିଭିନ୍ନ ସାହିରେ ହୋଇଥିଵା  ଆକର୍ଷଣୀୟ କଳାକୁଞ୍ଚ ଦେଖିଵାକୁ ହଜାର ହଜାର ଲୋକମାନଙ୍କ ସମାଗମ ଦେଖିଵାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ସଦରଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଟ୍ରାଫିକ ନିୟନ୍ତ୍ରଣ ନେଇ ପୋଲିସ ଫୋର୍ସ ମୃତୟନ ହୋଇଥିବା ଦେଖାଯାଇଛି। ମା ଗୋଷାମଣୀ ଙ୍କୁ ଵିଭିନ୍ନ ପ୍ରକାର ବାଦ୍ୟଵାଜଣା ସହ ଵିଭିନ୍ନ ରକମର ମନୁଷ୍ୟ କୃତ  ଦେଵାଦେବୀ ନୃତ୍ୟ, ଚଇତି  ଘୋଡ଼ା,  ବାଘ ନାଚ ,ଆଦି ଵେଶରେ ସୁସଜ୍ଜିତ କରାଯିଇ ମାଙ୍କ ଘଟକୁ ହଜାର ହଜାର ଜନସମାଗମ ମଧ୍ୟରେ ନଗର ପରିକ୍ରମା କରାଯାଇଥିଲା । ମିଶନ୍ ଶକ୍ତି ପକ୍ଷରୁ ମିଷ୍ଟାନ୍ନ ସହ ଆଇସକ୍ରିମ ବଣ୍ଟନ ହେଉଥିବା ବେଳେ ସମସ୍ତ ସାହିରେ ଖାଦ୍ୟ ବଣ୍ଟନ କରାଯାଇଛି ।ଲୋକମାନଙ୍କ ଖୁସି ନିମନ୍ତେ  ଗ୍ରାମଵାସୀ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.