ଖବର ଆଜିର ….ତାରିଖ ୧୯/୦୫/୨୩, ଶୁକ୍ରବାର
୧-ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା : ୨୦ ସହରରେ ପାରଦ ୪୦ଂ ଟପିଲା, ସୁବର୍ଣ୍ଣପୁର,ବୈ।ଦ୍ଧ ଓ ନୂଆପଡ଼ା ସହର ଉତ୍ତପ୍ତ।
୨-ବାହାରିଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୬.୪ % ପାସ ହାର ରହିଛି । ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି ଛାତ୍ରୀ ।ଶେୟଶ୍ରୀ ରାଜ୍ୟ ଟପ୍ପର।
୩-ଭୁବନେଶ୍ୱର: ରାଜଧାନୀରେ ଅସମ୍ଭାଳ ଭିଡ଼, ବେଆଇନ ପାର୍କିଂ,୩୧ଜଣ ଗଣିଲେ ତଣ୍ଡ।
୪-ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା: ୨୩ ତାରିଖରୁ ରିଚେକିଂ ପାଇଁ କରିପାରିବେ ଆବେଦନ।
୫-ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡିଶାକୁ ଜାତୀୟ ଜଳ ପୁରସ୍କାର।
୬-୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।
୭-ଭୁବନେଶ୍ୱର:ଫଳ, ପରିବା, ମାଛ ଓ ମାଂସରେ ରାସାୟନିକ ‘ଫର୍ମାଲିନ୍’,ସତେଜ ରଖିବାକୁ ବ୍ୟବହାର ହେଉଛି ଏହି ରାସାୟନିକ।
୮-ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୫ ଜିଲାର ଏସପିଙ୍କ ସହ ୧୮ ଆଇପିଏସଙ୍କ ହେଲା ବଦଳି।
୯-ବେଙ୍ଗାଳୁରୁ ଓଡ଼ିଶା ନିବେଶକ ସମ୍ମିଳନୀ:୧୧,୫୦୦ କୋଟିର ନିବେଶ ଓ ୩୧,୫୦୦ ନିଯୁକ୍ତି ସୁଯୋଗ।
୧୦-ପୁଣି ରେକର୍ଡ କଲା କିସ୍ ବିଶ୍ବବିଦ୍ୟାଳୟ, ମାଟ୍ରିକରେ ଶତ ପ୍ରତିଶତ ମିଳିଛି ସଫଳତା।
୧୧-‘ମୋ ସରକାର’: ସମୀକ୍ଷା ଲୋକଙ୍କ ଫିଡ୍ବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।
୧୨-ପ୍ରକାଶ ପାଇଲା ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ।ଚଳିତ ମଧ୍ୟମା ପରୀକ୍ଷାରେ ୩୧୧୭ ଜଣ ପାସ୍ କରିଛନ୍ତି।
୧୩-ଭୁବନେଶ୍ୱର:BPUT ପରୀକ୍ଷା ଫଳରେ ବିଭ୍ରାଟ଼; ବୈଷୟିକ ତ୍ରୁଟି ଦର୍ଶାଇଲା ବିପିୟୁଟି, ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।
୧୪-ବଢ଼ିଲା ‘ମୋ ବସ’ର କଳେବର: ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡା.. ଇତ୍ୟାଦି ନଅଟି ସହରରେ ଗଡିବ ‘ମୋ ବସ୍’।
୧୫-ପୁରୀରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ଧନ୍ୟବାଦ।
୧୬-ବଲାଙ୍ଗୀର:ଯୌତୁକରେ ବାଇକ୍ ମାଗିବାରୁ ଅଟକିଲା ବାହାଘର; କନ୍ୟାଘରୁ ବରକୁ ଉଠାଇ ଆଣିଲା ପୋଲିସ।
୧୭-ବେଙ୍ଗାଳୁରୁ: ସିଦ୍ଧରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ,ଶିବକୁମାର ଉପମୁଖ୍ୟମନ୍ତ୍ରୀ।
୧୮-IPL 2023 : ବିରାଟ ଓ ଫାପ୍ ଡୁପ୍ଲେସିସ୍ଙ୍କ କମାଲ, ହାଇଦ୍ରାବାଦକୁ ୫ ୱିକେଟ୍ରେ ହରାଇଲା ବାଙ୍ଗାଲୋର।
୧୯-ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା – ଦି କେରଲା ଷ୍ଟୋରୀ ନିଷେଧ ଘୋଷଣା ଉପରେ ରହିତାଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏