ଡାକ୍ତର ହେବି ସମାଜସେବା କରିବି : ଶ୍ରେୟାଶ୍ରୀ

ବରୀ,: ସମାଜସେବା କରିବି ଡାକ୍ତର ହେବି ବୋଲି କହିଛନ୍ତି ରାଜ୍ୟରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଶ୍ରେୟାଶ୍ରୀ l ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫଳ l ଯାଜପୁର ଜିଲ୍ଲା ବରୀ ବ୍ଳକ ଅଧୀନ ପଞ୍ଚାୟତ ହାଇସ୍କୁଲ, ରାମପୁରର ଛାତ୍ରୀ ଶ୍ରେୟାଶ୍ରୀ ଜେନା ୬୦୦ ରୁ ୫୯୦ ନମ୍ବର ରଖି ରାଜ୍ୟର ଟପର ହୋଇଛନ୍ତି l ଧାରପୁର ଗ୍ରାମର ସ୍ବର୍ଗତ ଭକ୍ତହରୀ ଜେନାଙ୍କ ନାତୁଣୀ ତଥା ସମାଜ ସେବୀ ଷ୍ଟାଲିନ ଜେନାଙ୍କ କନ୍ୟା ହେଉଛନ୍ତି ଶ୍ରେୟାଶ୍ରୀ l ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ମୋର ବାପା, ବୋଉ ଏବଂ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ମୋ ସଫଳତାର ଶ୍ରେୟ ଦେବି l ପ୍ରଥମ ତ ଭଲ ମଣିଷ ହେବି ମୋର ସମାଜସେବା ପ୍ରତି ଆଗ୍ରହ ଥିବାରୁ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବି ବୋଲି ପ୍ରକାଶ କରିଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଥିଲେ ଯେ ପାଠ ପଢ଼ାଇଲେ ଭଲ ପାଠ ହୁଏନାହିଁ ପିଲାମାନେ ପଢିଲେ ଭଲ ପାଠ ହୁଏ l ଶ୍ରେୟାଶ୍ରୀଙ୍କ ସଫଳତା ଖବର ପ୍ରକାଶ ପାଇବା ପରେ ତାଙ୍କ ବାସଭବନରେ ତାଙ୍କ ସହପାଠୀ, ଶିକ୍ଷକ, ବରୀ ନିର୍ବାଚନ ମଣ୍ଡଳୀ ଯୁବ ଜିଜେଡି ସଭାପତି ଅଶୋକ କୁମାର ସାମଲ, ବରୀ ବ୍ଳକ ବିଜେଡ଼ି ସଭାପତି କେଦାର ସାମଲ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚି ଶ୍ରେୟାଶ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.