କଣ୍ଟାବାଞ୍ଜି ;ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ରାଜୁ ଫରେଷ୍ଟରକୁ ଠେଙ୍ଗାଜୁରୀ ଗାଁ ରାସ୍ତାରେ ଗତ ୨୦୧୭ ମସିହା ସେପ୍ଟେମ୍ୱର ୧୩ ତାରିଖ ଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ବ୍ୟକ୍ତିଙ୍କ ଶବ ମିଳିଥିଲା, ତୁରେକେଲା ପୁଲିସ ପହଞ୍ଚି ତଦନ୍ତ କରିଥିଲା, ମୃତ ଶବ ପାଖରେ ପିନ୍ଧିଥିବା ଲୁଗା.ପଟା. ଓ ଚପଲ ରୁ ଜଣାପଡିଥିଲା ଯେ ମୃତକ ହେଉଛନ୍ତି ତୁରେକେଲା ଥାନା ଲର୍କୀ ଗାଁର କେଦାର ମେହେର ବୋଲି, ଲର୍କୀ ଗାଁର କେଦାରଙ୍କ ମୁଣ୍ଡରେ କ୍ଷତ ବିକ୍ଷତ ଚିହ୍ନ ଥିବାରୁ ବଡ଼ ଭାଇ ଲକ୍ଷ୍ମଣ ମେହେର ତୁରେକେଲା ଥାନାରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ, ପୋଲିସର ତଦନ୍ତ ପରେ ଏକ ଟାଙ୍ଗିଆରେ ଅତି ନୃଶଂସ ଭାବରେ ହତ୍ୟା କରିଥିବା ଜଣାପଡ଼ିଥିଲା, ଟି.ଆଇ ପେରେଡ଼ରେ ଚିହ୍ନଟ ହୋଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ତୁରେକେଲା ପୋଲିସ, ଅଭିଯୁକ୍ତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁର ମୁକେଶ ଛତ୍ରୀଆ, ସୂଚନା ଯୋଗ୍ୟ ଯେ ଆଗରୁ ଅନେକ ସମୟରେ ମାଓବାଦୀ ନାଁ ନେଇ ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲା ମୁକେଶ ଛତ୍ରୀଆ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହେଉଛି ମାଓ ପ୍ରବଣ ଅଞ୍ଚଳ, ଆଜି ବି ବେଳେ ବେଳେ ମାଓବାଦୀ ମାନେ ନିଜର ଦବଦବା ଜାହିର କରି ତାଙ୍କର ଉପସ୍ଥିତିକୁ ବେଳେ ବେଳେ ପ୍ରକଟ କରିଥାନ୍ତି, ସେହି ସମୟରେ ନୂଆପଡ଼ା ଜିଲ୍ଲାରୁ ବଲାଙ୍ଗିର ଜିଲ୍ଳା ତୁରେକେଲା ବ୍ଲକକୁ ଆସି ମାଓବାଦୀଙ୍କ ନାଁରେ କେଦାର ମେହେରଙ୍କୁ ଧମକ ଚମକ ଦେଇ ଟଙ୍କା ମାଗିଥିଲା, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଅଭିଯୁକ୍ତ ମୁକେଶର ହାତରେ ଧରିଥିବା ଟାଙ୍ଗିଆରେ କେଦାରଙ୍କ ମୁଣ୍ଡରେ ଆଘାତ କରି ଅତି ନୃଶଂସ ଭାବରେ ହତ୍ୟା କରି ଫେରାର ମାରିଥିଲା, ପୋଲିସର ଚାର୍ଜ ସିଟ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏକ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ମୁକେଶ ଛତ୍ରୀଆକୁ ଆଜୀବନ କାରାଦଣ୍ଡ ସହ ସତୁର ହଜାର ଟଙ୍କା ଫାଇନ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ, ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ