ଚାଉଲ ବାଲା କାହା ଛତ୍ର ଛାୟାରେ ଚଳାଉଛି କଲା ବ୍ୟାପାର 

କଣ୍ଟାବାଞ୍ଜି ୨୩/୫ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୁଡ଼ିଘାଟ ରାସ୍ତା ହାତମୁଣ୍ଡା ଠାରେ ଥିବା ଏକ ଚାଉଳ ଗୁଡ୍ଡାଉନ ଉପରେ ଯୋଗାଣ ବିଭାଗ ଚଢ଼ାଉ କରି ୬୪୦ ବସ୍ତା ଚାଉଲ ଉଦ୍ଧାର କରିଥିଲେ, କେବଳ ଚାଉଲ ଉଦ୍ଧାର କରି ନିଜର କର୍ତ୍ତବ୍ୟ ସମାପ୍ତି ବୋଲି ଯୋଗାଣ ବିଭାଗ ହାତ ବାନ୍ଧି ବସିଛି, କେଉଁଠାରୁ ଆଣିଲେ ଚାଉଲ..? ତାଙ୍କର କୌଣସି ଚାଉଲ ଡିଲରସିପ୍ ରହିଛି କି..? ନା କୌଣସି ମିଲର୍ସ ସହିତ ପାର୍ଟନରସିପ୍ ତ ରହିନି..? ନା ତାଙ୍କର ବି ଧାନ ମିଲ୍ ରହିଛି..? ନା ସେ ବି ଜଣେ ଚାଷୀ ତ ନୁହଁନ୍ତି..? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଆଉ ଯୋଗାଣ ବିଭାଗ ଲୋକ ଦେଖାଣିଆ ଚାଉଲ ଉଦ୍ଧାର କରି ସ୍ଥାନୀୟ ଜଣେ ମିଲର୍ସକୁ ଚାଉଲ ଜିମା ଦେଇ ତାଙ୍କ ଯାହା କିଛି କର୍ତ୍ତବ୍ୟ ଥିଲା ସବୁ ଯାକ ସମାପ୍ତ କରି ଦେଇଛନ୍ତି, ଯାହା ଫଳରେ ଲୋକଙ୍କ ସନ୍ଦେହକୁ ଆହୁରି ଘନୀଭୂତ କରୁଛି ଯେ ରାଜ୍ୟ ସରକାରଙ୍କ କେହିଜଣେ କର୍ମଚାରୀ ସତରେ ଉକ୍ତ ଛୋଟ ଶିଶୁଙ୍କ ଆହାର ଛତୁଆ ଚୋରକୁ ସୁରକ୍ଷା ପ୍ରଦାନ କରୁଛି ବୋଲି,  କେଡ଼େ ଲଜ୍ଜାଜନକ ବିଷୟ ଯେ ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁ ମାନଙ୍କ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହାୟତା ହେଉଛନ୍ତି, ସେହି ସହାୟତାକୁ ଉକ୍ତ ସୁନ୍ଦର ଅଗ୍ରୱାଲ ଚାଉଲ ବାଲା ଗରିବଙ୍କ ମୁହଁରୁ ଲୁଟି କି ନିଜକୁ ଧନୀ ବୋଲି ଦେଖାଉଛି, ସେ ଜାଣିବା ଯୋଗ୍ୟ ଯେ ତାଙ୍କର ଜଣେ ପୂର୍ବଜ ଓଡ଼ିଶାକୁ ଯେବେ ଆସିଲେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ଏକ ଛୋଟ କପଡ଼ା ଦୋକାନ କରି ଚଲୁଥିଲେ, ଆଉ କିଛି ବର୍ଷ ପ୍ରାପ୍ତଧାନରେ ପିଡ଼ିଏସ ଚାଉଲ ହିତାଧିକାରୀ ମାନଙ୍କ ଠାରୁ କିଣାବିକା କରି ଏତେ ବଡ଼ ଧାରଣର ରହସ୍ୟମୟ ଧନୀ ହେବାର କାରଣ କଣ..? ସୂଚନା ଯୋଗ୍ୟ ଯେ ପିଡ଼ିଏସ ଚାଉଲ ଓ ଶିଶୁ ଖାଦ୍ୟ ଚୋର ସୁନ୍ଦର ଚାଉଲ ବାଲା ସମସ୍ତଙ୍କୁ ଗୋଟିଏ କଥାରେ ଡରେଇ ଦିଅନ୍ତି ବୋଲି ଜିଲ୍ଲା ବ୍ୟାପି ଚର୍ଚ୍ଚା ହେଉଛି, କୌଣସି ଅଧିକାରୀ ବା ଗଣମାଧ୍ୟମ ପ୍ରତିନିଧିମାନେ କେବେ କିଛି ପଦକ୍ଷେପ ନେବେ କିମ୍ବା କିଛି ପଚରା ଉଚରା କରନ୍ତି ତେବେ ତାଙ୍କର କେହିଜଣେ ଘନିଷ୍ଠ ସମ୍ପର୍କୀୟ ରାଜ୍ୟ ସରକାରଙ୍କ ପୁଲିସ ଡିପାର୍ଟମେଣ୍ଟରେ ଏକ ବଡ଼ ପଦବୀରେ କାର୍ଯ୍ୟରତ ଥିବା ପରିଚୟ ଦେଇ ଭୟଭୀତ କରାନ୍ତି ବୋଲି କୁହାଯାଉଛି, ଅନ୍ୟ ପକ୍ଷରେ ଉକ୍ତ ବ୍ୟକ୍ତିଙ୍କ  ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ ତେଣୁକରି ଉକ୍ତ ଉଚ୍ଚସ୍ତରୀୟ ପୁଲିସ ବାବୁଙ୍କ ସୁରକ୍ଷା କ୍ରମେ ଏଭଳି କଲା ବ୍ୟାପାର ଚାଲିଛି ବୋଲି ଅଧିକାଂଶ ଲୋକଙ୍କ ମୁହଁରୁ ଶୁଣାଯାଉଛି,  ତେବେ ସେ ଉଚ୍ଚସ୍ତରୀୟ ପୁଲିସ ବାବୁ କିଏ..? କାହିଁକି ଏଭଳି ଜଣେ ରକ୍ତ ଶୋଷଣ କାରୀ ବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଉଚ୍ଚସ୍ତରୀୟ ପୁଲିସ ବାବୁ..? ପୁଲିସ ବାବୁଙ୍କ କଣ ସ୍ୱାର୍ଥ ରହିଛି ନା ସେହି ସମ୍ପ୍ରଦାୟର ଲୋକମାନେ ସେମିତିକା..? ଗରିବଙ୍କ ମୁହଁରୁ ଛିଡ଼ାଇ ନିଜର ପେଟ ପୂରାଇ ନିଜକୁ ନମ୍ର ଓ ଭଦ୍ର କହିବା କେତେ ଯୁକ୍ତିଯୁକ୍ତ..? ସରକାରଙ୍କ ଯୋଜନା ତ ବାଟମାରଣା ହେଉଛି ଭିନ୍ନ କଥା ତାହା କିନ୍ତୁ ତୁମେମାନେ ଯେଉଁ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିବା କଥା ତାହା ନ କରି ଲୁଟ କରି ଯେତେ ବଡ଼ ବିଲ୍ଡିଙ୍ଗ ନିର୍ମାଣ କଲେ କଣ ତୁମର ଆତ୍ମାର ସଦ୍ ଗତି ରହିଛି..?

Leave A Reply

Your email address will not be published.