ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଡାକବଙ୍ଗଳା ଠାରେ ନୂତନ ତହସିଲ କାର୍ଯ୍ୟାଳୟ ପାଇଁ ୪ କୋଟି ଟଙ୍କା ବିନିମୟରେ ଏହି କାର୍ଯ୍ୟାଳୟ ଟି ନିର୍ମାଣ ହେବ , ତାହା ସହିତ ତହସିଲ କର୍ମଚାରୀ ରହିବାପାଇଁ କୋଠା ମଧ୍ୟ ନିର୍ମାଣ ହେବ ଯାହାର ଆଜି ଶୁଭ ଦେଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବର୍ତମାନ ୧ କୋଟି ୩୬ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଗାମୀ ଦିନରେ ଫେଜ ୱାଇଜ ଏହି କାମ ଚାଲୁ ରହିବ । କୋଦଳା ଠାରେ ଥିବା ତହସିଲ କାର୍ଯ୍ୟାଳୟ ଭଗ୍ନଅବସ୍ଥା ଥିବାହେତୁ ନୂତନ କୋଠା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବିହେଉଥିଲା । ମୁଖ୍ୟମନ୍ତ୍ରୀ ଏହାକୁ ମଞ୍ଜୁରୀ ଦେଇଥିବାରୁ ବିଧାୟିକା ଲତିକା ପ୍ରଧାନ ଓ ଅଞ୍ଚଳର ସମସ୍ତ ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପୂର୍ତ୍ତବିଭାଗ ସହକାରୀ କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଶତପଥୀ , କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ , କୋଦଳା ଏନ ଏ ସି ର କାଉଁସିଲର ଭଗବାନ ପାଢ଼ୀ , ମନୋରଞ୍ଜନ ଡାକୁଆ , ସିମାଞ୍ଚଳ ଖଟେଇ, ଜିତୁ ପ୍ରଧାନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଙ୍କ ସମେତ ବହୁ ଜନ ସାଧାରଣ ଯୋଗ ଦେଇଥିଲେ