ଖବର ଆଜିର….ତାରିଖ ୨୫/୦୫/୨୦୨୩ ଗୁରୁବାର ।
ଆଇପିଏଲ୍ : ଲକ୍ଷ୍ନୌକୁ ୮୧ ରନ୍ରେ ହରାଇଲା ମୁମ୍ବାଇ; କ୍ୱାଲିଫାୟର୍ -୨ରେ ମୁମ୍ବାଇ ଇଣ୍ଡିଆନ୍ସ ।
‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀ ଅଦା ଶର୍ମାଙ୍କ ଫୋନ୍ ନମ୍ବର ଲିକ୍, ସୋସିଆଲ ମିଡିଆରେ ମିଳୁଛି ଧମକ ।
ଜିଓ ଟ୍ରୁ-୫ଜି ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ।
ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ’ମାୱାର’, ଚିନ୍ତାରେ ଦ୍ୱୀପ ଦେଶ ଗୁଆମ ।
ବାଗେଶ୍ୱର ଧାମ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ Y କ୍ୟାଟେଗରୀ ସୁରକ୍ଷା, ମଧ୍ୟ ପ୍ରଦେଶ ସରକାରଙ୍କ ଘୋଷଣା ।
ନୂଆ ସଂସଦ ଭବନକୁ ନେଇ ରାଜନୀତି, ଉତ୍ସବ ବର୍ଜନ କରିବେ କଂଗ୍ରେସ ସମେତ ୧୯ ଦଳ ।
ନୂତନ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି, ସାଂସଦ ସସ୍ମିତ୍ ପାତ୍ର ଦେଲେ ସୂଚନା ।
ଫୌଜଦାରୀ ମାମଲା ବିଚାରାଧୀନ ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମନା: ହାଇକୋର୍ଟ ।
କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଶୁଭମନ ଗିଲଙ୍କ ଭଉଣୀଙ୍କୁ ମିଳିଥିବା ହତ୍ୟା ଓ ଦୁଷ୍କର୍ମ ଧମକ ନେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମହିଳା କମିଶନ ।
ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା : ଦଶମ ଶ୍ରେଣୀରେ ବର୍ଷ ଶେଷକୁ ବୋର୍ଡ ପରୀକ୍ଷା ।
ଏଣିକି ଗାଁରେ ବି ଗଡ଼ିବ ମୋ ବସ୍; ପ୍ରଥମେ ୬ ଜିଲାରେ ହେବ କାର୍ଯ୍ୟକାରୀ ।
ଜୁଲାଇ ୩ରୁ ୮ ଯାଏଁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ମେ ୨୬ରୁ ଫର୍ମ ଫିଲଅପ।
।
ସିଡ୍ନିଠାରେ ବ୍ୟବସାୟିକ ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ।
ପଳାତକ ବିଜୟ ମାଲ୍ୟା ପାଖରେ ଥିଲା ଟିପୁ ସୁଲତାନଙ୍କ ଦାମୀ ଖଣ୍ଡା, ଏବେ ୧୪୫ କୋଟିରେ ହେଲା ନିଲାମ।
ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ।
ଆଦାନି ନିବେଶରୁ ଏଲ୍ଆଇସିକୁ ୬,୨୦୦ କୋଟି ଫାଇଦା ।
ନୂଆ ସଂସଦ ଭବନରେ ରଖାଯିବ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ।
ନବରତ୍ନ ଆଲୁମିନିୟମ କଂପାନି ନାଲ୍କୋ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫୪୪ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି।
ସୁପ୍ରଭାତ ,ଶୁଭ ସକାଳ ।