ବୁଗୁଡ଼ା : : ପର୍ଯ୍ଯଟନସ୍ଥଳୀ ଶାଙ୍କୁଳାଈ ପୀଠରେ ବିଜେପି ପକ୍ଷରୁ ବାଲିପଦର ମଣ୍ଡଳ ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି , ଜିଲ୍ଲା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର , ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ , ଉପସଭାପତି ଅଯୋଧ୍ୟା ମହାପାତ୍ର , ବିନାୟକ ତ୍ରିପାଠୀ , ଭାବଗ୍ରାହୀ ମହାନ୍ତି , ସରପଞ୍ଚ ଦିଲ୍ଲୀପ ପ୍ରଧାନ, ସଂଯୋଜକ ହରିକୃଷ୍ଣ ସାହୁ , ସସ୍ମିତା ପାତ୍ର , ଭଗବାନ ଜେନା , ନଟବର ଜେନା , ହରପ୍ରସାଦ ଦାଶ , ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ ପ୍ରାକ୍ତନ ଅନ୍ତରପଡା ସରପଞ୍ଚ ସନ୍ତୋଷ ଭୋଳ ଓ ଶାନ୍ତନୁ କୁମାର ନାୟକ , ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସେଠୀ ଓ ରାଜଲକ୍ଷ୍ମୀ ଭୋଳ, ପୂର୍ବତନ ସମିତି ସଭ୍ୟ ମହେନ୍ଦ୍ର ପଣ୍ଡା , ବିଜୟ ପ୍ରଧାନ ଓ ଉତ୍ତମ ଭୂୟାଁ , ପ୍ରାକ୍ତନ ନାଏବ ସରପଞ୍ଚ ଅଭିମନ୍ୟୁ ରାଉତ ଓ ସମବାୟ ସମିତି ସଭାପତି ରାମଚନ୍ଦ୍ର ଗୌଡ ପ୍ରମୁଖ ବିଜେଡି ପ୍ରତି ବିମୁଖ ହୋଇ ସେମାନଙ୍କ ସମର୍ଥକଙ୍କ ସହ ବିଜେପି ଦଳରେ ସାମିଲ ହୋଇଥିଲେ । ମଞ୍ଚାସୀନ କର୍ମକର୍ତ୍ତାଗଣ ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ସାଦରରେ ପାଛୋଟି ନେଇଥିଲେ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ରହିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।