ସକାଳର ଖବର, ୨୭-ମେ-୨୦୨୩, ଶନିବାର
➡️୧-ଶ୍ରୀମନ୍ଦିର ଗର୍ଭଗୃହ ମୂଷା ସମସ୍ୟାର ହେବ ସ୍ଥାୟୀ ପ୍ରତିକାର। ମୂଷାମାନଙ୍କର ପ୍ରବେଶ ପଥ ବନ୍ଦ ସହ ଘଉଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଯିବ। ରଥଯାତ୍ରା ଶେଷପୂର୍ବରୁ ଏହି କାମ ସରିବ।
➡️ ୨-ମେ’ ୩୧ରେ ପ୍ରକାଶ ପାଇପାରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ମେ’ ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ସୂଚନା l ତେବେ ଏ ନେଇ ଆସନ୍ତା କାଲି ଘୋଷଣା କରାଯିବ।
➡️୩-ବଦଳିଲା ଜମି କିଣାବିକା ନିୟମ, ଏଣିକି ପ୍ରଥମେ ଅନଲାଇନରେ ହେବ ସ୍ଲଟ ବୁକିଂ, ପରେ ମିିଳିବ ରେଜିଷ୍ଟ୍ରେସନ ତାରିଖ l
➡️୪-୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ l ମିଳିବ ୱାଇଫାଇ ସହିତ ଫୁଡ୍କୋଟ ସୁବିଧା l
➡️୫-ଚଳିତ ବର୍ଷ ସ୍ବାଭାବିକ ମୌସୁମୀ; ଜୁନ ୪ ତାରିଖ ସୁଦ୍ଧା ଛୁଇଁବ କେରଳ, ପୂର୍ବାନୁମାନ କଲା IMD l
➡️୬-ଆସନ୍ତା ଜୁନ୍ ୩ରୁ ଓଡ଼ିଶାରୁ ସିଙ୍ଗାପୁରକୁ ଉଡ଼ିବ ବିମାନ। ଏନେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଲେ ସୂଚନା l
➡️୭-ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବିକଶିତ କଲେ ନୂଆ ଟେକନିକ l ଏଣିକି ସହଜରେ ଚିହ୍ନଟ ହେବ TB ବିମାରୀ, ୧ ଘଣ୍ଟାରେ ଆସିଯିବ ରେଜଲ୍ଟ l
➡️୮-ଏଣିକି ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଟିଚିଙ୍ଗ୍ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ୍ କାର୍ଯ୍ୟକ୍ରମ l ଏମ୍ସରେ ଅଧ୍ୟୟନ କରୁଥିବା ସିନିୟର୍ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କର ଜୁନିୟର୍ ଛାତ୍ରଛାତ୍ରୀଙ୍କର ଟିଏ ଓ ଆର୍ଏ ଭାବେ ଦାୟିତ୍ୱ ନିର୍ବାହ କରିବେ।
➡️୯-ତିହାର ଜେଲରେ ବଡ଼ ପରିବର୍ତ୍ତନ, ବଦଳିଲେ ଆଉ ୮୦ ଅଧିକାରୀ, ପୂର୍ବରୁ ୯୯ଙ୍କ ହୋଇଥିଲା ଟ୍ରାନ୍ସଫର l
➡️୧୦-ଓଡିଶାର ତିରିଶି ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଶଳା ବୁଢାର ବଦଲା” l
➡️୧୧-୫୦୦ ଶରଣାର୍ଥୀଙ୍କୁ ନେଇ ଯାତ୍ରା କରୁଥିବା ଡଙ୍ଗା ନିଖୋଜ, ୨୪ ଘଣ୍ଟା ଧରି ସନ୍ଧାନ କରୁଛି ଇଟାଲୀ l ଭୂମଧ୍ୟସାଗର ମଧ୍ୟରେ ଡଙ୍ଗାଟି ନିଖୋଜ ହୋଇଛି ।
➡️୧୨-ସାତକୋଶିଆରୁ ଆସିଲା ଖୁସି ଖବର । ସଫଳ ହୋଇଛି ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ । ଅଣ୍ଡା ଫୁଟି ବାହାରିଲେ ଘଡ଼ିଆଳ କୁମ୍ଭୀର ଛୁଆ l
➡️୧୩-ଉତ୍ତରାଖଣ୍ଡକୁ ଲାଗିଥିବା ସୀମା ନିକଟରେ ଚୀନ୍ ତିଆରି କରୁଛି ୨୫୦ ଡିଫେନ୍ସ ଭିଲେଜ l
➡️୧୪-ଆମେରିକାର ପ୍ରତିରକ୍ଷା ସଚିବ ଲଏଡ଼ ଅଷ୍ଟିନ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ l ହେବ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି l
➡️୧୫-ଆଜି ହେବ କର୍ଣ୍ଣାଟକ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ l ମନ୍ତ୍ରିମଣ୍ଡଳରେ ୩୪ ମନ୍ତ୍ରୀ ରହି ପାରନ୍ତି, ଖାଲି ପଡ଼ିଛି ୨୪ ବିଭାଗ l
➡️୧୬-ଆତଙ୍କୀ ଫଣ୍ଡିଂ ମାମଲାରେ JKLF ମୁଖ୍ୟ ୟାସିନ୍ ମଲ୍ଲିକ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ NIA, ସଜା-ଏ-ମତ୍ ପାଇଁ କଲେ ଅପିଲ୍ l
➡️୧୭-ଇରାନ ସରକାରଙ୍କ ବର୍ବରତା, ଦୁର୍ନୀତି ମାମଲାରେ ଦୋଷୀକୁ ସର୍ବସମ୍ମୁଖରେ ଦେଲେ ଫାଶୀଦଣ୍ଡ l
➡️୧୮-ଶୁବମନ ଗିଲ୍ଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ବଳରେ ଗୁଜରାଟ ଟାଇଟନ୍ସ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ ରେ କଲା ପ୍ରବେଶ l
➡️୧୯-ଚଳିତ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ ସୁପରଲିଗ୍ ପର୍ଯ୍ୟାୟର ଗତକାଲି ଦୁଇଟି ମ୍ୟାଚ୍ରେ ପୂର୍ବତଟ ରେଳବାଇ ଏବଂ ଭୁବନେଶ୍ବର-ଏ ଦଳ ହେଲେ ବିଜୟୀ l
➡️୨୦-ଭାରତୀୟ କ୍ରିକେଟର ବିରାଟ କୋହଲି ପୁଣି ଛୁଇଁଲେ ଏକ ମାଇଲ୍ଖୁଣ୍ଟ । ପ୍ରଥମ ଓ ଏକମାତ୍ର ଭାରତୀୟ ଭାବେ ହେଲେ ଇନ୍ଷ୍ଟାଗ୍ରାମ୍ରେ କୋହଲିଙ୍କର ୨୫୦ ମିଲିଅନ୍ ଅନୁଗାମୀ (ଫଲୋୟର୍ସ) ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଆମୋଦିତ ରେଡିଓ ସାମରିକ ପ୍ରଶଂସା ଦିବସ ll
🔅ଆଜି ଆନ୍ତର୍ଜାତୀୟ ଐତିହ୍ୟ ପ୍ରଜନନ ଦିବସ ll
🔅ଆଜି ଜାତୀୟ ଧୂସର ଦିବସ ll
🔅ଆଜି ସନସ୍କ୍ରିନ ସୁରକ୍ଷା ଦିବସ ll
ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll