ବୁଗୁଡ଼ା : ଖୋଲାମେଲାରେ ରହିଛି ବିଦ୍ୟୁତ ଟ୍ରାନ୍ସ ଫରମର , ତାହା ପୁଣି ଲଟାବୁଦାରେ ପରିପୂର୍ଣ୍ଣ, ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଣିକ୍ଯପୁର ଗାଁ ରାସ୍ତା କଡରେ । ଗାଁ ମୁହଁ ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ
ଗଛରେ ବିଦ୍ୟୁତ ପ୍ରବାହ ହେଉଛି | ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥୁବା ବେଳେ ଆଜି ଗାଈ ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ରକ୍ଷା ପାଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣ ପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି
ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଉଚ୍ଚ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି
ହେଉଛି ।
Prev Post
Next Post