ପାଟକୁରା ଗୌଡ଼ ଗାଁ ରେ ରେ ତେଲ ର ସନ୍ଧାନ.

କେନ୍ଦ୍ରାପଡ଼ା (ପାଟକୁରା )ପୁରୀ ଜିଲ୍ଲା ଗୋପ ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳ ରେ ମିଳିଲା ଅଶୋଧିତ ତୈଳ ର ସନ୍ଧାନ.ପାଟକୁରା ର ଲୁଣା କରାଣ୍ଡିଆ ଓ ଚିତ୍ରୋତ୍ପଳା ନଦୀ କଣ୍ଡିଆ ଅଞ୍ଚଳ ତଥା ଦ୍ବୀପାଞ୍ଚଳ  ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡା ପଞ୍ଚାୟତ ଗଉଡ଼ ଗାଁ ରେ ପ୍ରାଥମିକ ସର୍ଭେ ପ୍ରକ୍ରିୟା ରେ ମିଳିଛି ଅଶୋଧିତ ତୈଳ ହାଇଡ୍ରୋ କାର୍ବୋନ ର ସନ୍ଧାନ. ଏକ ବର୍ଷ ହେବ କେନ୍ଦ୍ରାପଡ଼ା ଜିଲ୍ଲା, ପାଟକୁରା ର ବିଭିନ ଅଞ୍ଚଳ ଓ ନିଶ୍ଚିନ୍ତ କୋଇଲି ନଦୀ ଅବବାହିକା ଅଞ୍ଚଳ ର ଅନେକ ସ୍ଥାନ ରେ ତେଲ ର ସନ୍ଧାନ ଜାରି ରହିଥିଲା. ଶେଷରେ ପାଟକୁରା ଦ୍ବିପାଞ୍ଚଳ ରେ ବିରଳ ହାଇଡ୍ରୋ କାରବନ ର ସନ୍ଧାନ ମିଳିଥିବାରୁ ସ୍ଥାନୀୟ ଲୋକେ ଆଶା ଆକାଂକ୍ଷା ରେ ଅଛନ୍ତି

. ଗଉଡ଼ ଗାଁ ର ମାଟି ତଳେ ହାଇଡ୍ରୋ କାରବନ ଅଶୋଧିତ ତୈଳ ର ଭଣ୍ଡାର ଥିବା ପ୍ରାଥମିକ ସର୍ଭେ ରୁ ସୂଚନା ମିଳିଛି.ଯାହା କି ବିରଳ ଓ ବିସ୍ମୟ କର ଘଟଣା ଅଟେ.ଘଟଣା ସ୍ଥଳ ରେ ଜିଲ୍ଲା ପ୍ରଶାସନ ସହାୟତାରେ ଅଏଲ ଇଣ୍ଡିଆ କମ୍ପାନୀ ପହଂଚିଛନ୍ତି ଓ ସମୀକ୍ଷା ଆରମ୍ଭ କରିଦେଇଛନ୍ତି.ପ୍ରାଥମିକ ସର୍ଭେ ପରେ ଅଞ୍ଚଳ ର ତେର ଏକର ଜମି ରେ ଆହୁରି ଅଧିକ ରୁ ଅଧିକ ରିସର୍ଚ୍ଚ କରାଯାଇ ଆଗାମୀ ପ୍ରକ୍ରିୟା ପାଇଁ ଏହି ତେର ଏକର ଏକର ଜମି ଚିନ୍ହଟ କରାଯାଇଛି. ଯେଉଁଠାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ  ପ୍ରୋସେସ ଅନୁସାରେ ରିସର୍ଚ୍ଚ ଜାରି ରହିବ. ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିର୍ଦେଶ ରେ ମାର୍ଶାଘାଇ ବ୍ଲକ ପ୍ରଶାସନ, ଆର ଆଇ ଓ ମାର୍ଶାଘାଇ ତହସିଲଦାର, ଅତିରିକ୍ତ ତହସିଲଦାର ଗଉଡ଼ ଗାଁ ରେ ଉପସ୍ଥିତ ହୋଇ ଯେଉଁ ସ୍ଥାନ ରେ ଅଶୋଧିତ ତୈଳ ଚିନ୍ହଟ ହୋଇଛି ସେହି ସବୁ ଜମିମାଳିକ ଙ୍କ ଠାରୁ ଲିଜ ରେ ଜମି ନିଆଯାଇଛି. ଶହେ ଚଉଦ ଜଣ ଜମି ମାଲିକ ଙ୍କ ଠାରୁ ଜମି ତିନି ବର୍ଷ ପର୍ଯ୍ୟନ୍ତ  ଚୁକ୍ତି ରେ କିଣା ଯାଇଛି. ଏ ବାବଦ କୁ ଜମି ମାଲିକ ମାନଙ୍କୁ ଅଏଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଅନୁକମ୍ପା ରାଶି ଦିଆଯାଇଛି.ଗୁଣ୍ଠ ପ୍ରତି ବାର୍ଷିକ ଚଉଦ ହଜାର ଟଙ୍କା ହିସାବରେ ତିନି ବର୍ଷ କୁ  ବୟାଳୀସି ହଜାର ଟଙ୍କା ଲେଖାଏଁ ଜମି ମାଲିକ ଙ୍କୁ ଅଏଲ ଇଣ୍ଡିଆ କମ୍ପାନୀ ଦେଉଛି. ଏନେଇ ଜମପଡା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ଏକ ଶିବିର କରାଯାଇ ଅଏଲ ଇଣ୍ଡିଆ କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତି ରେ ଅନୁକମ୍ପା ରାଶି ଦିଆଯାଉଛି.

 ହାଇଡ୍ରୋ କାର୍ବନ ରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଉଭୟ ମିଳିତ ଭାବେ ରହିଥାନ୍ତି. ଯଦି ଏହି ରିସର୍ଚ୍ଚ ସଫଳ ହୋଇ ତୈଳ ଓ ଗ୍ୟାସ ମିଳେ ତେବେ ଏହି ପାଟକୁରା ଗଉଡ଼ ଗାଁ ଅଞ୍ଚଳ ରାଜ୍ୟ ଓ ଜାତୀୟ ସ୍ତର ର ଅର୍ଥନିତି ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ. ଦଶ ଏକର ଜମି ସର୍ଭେ ପାଇଁ ଓ ତିନି ଏକର ରାସ୍ତା ପାଇଁ ବ୍ୟବହୃତ ହେବ.ଅସ୍ଥାୟୀ ଭାବେ ଲିଜ ରେ ନିଆ ଯାଇଥିବା ଜମି ରେ 2400(୨୪ ସହ )ମିଟର ପର୍ଯ୍ୟନ୍ତ ଖନନ ହୋଇ ବିଭିନ୍ନ ଟେଷ୍ଟ କରାଯାଇ ଉଚ୍ଚ ସ୍ଥରୀୟ ସର୍ଭେ କରାଯିବା ର ଯୋଜନା ରହିଥିବା ଦାଇତ୍ୱ ରେ ଥିବା ଅଏଲ ଇଣ୍ଡିଆ  ଲିମିଟେଡ଼ କଂପାନୀ ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୂଚନା ଦେଇଛନ୍ତି. ତେବେ ସ୍ଥାନୀୟ ଗ୍ରାମାଞ୍ଚଳ ର ଲୋକେ ଏହି ଆଶ୍ଚର୍ଯ୍ୟକର ଘଟଣା କୁ ଶୁଣି ଖୁସିରେ ବିଭୋର ହୋଇପଡିଛନ୍ତି. ଏତେ ବଡ଼ ପ୍ରକଳ୍ପ ଓ ମାଟି ତଳୁ ତେଲ ମିଳିବ ବୋଲି ଖବର ପାଇ ସେମାନେ ମଧ୍ୟ ପ୍ରଶାସନ କୁ ସମ୍ପୂର୍ଣ ସାହାଯ୍ୟ କରୁଛନ୍ତି. ଯଦି ଏଠାରେ ସର୍ଭେ ପରେ ରିସର୍ଚ୍ଚ ସଫଳ ହୁଏ ଓ ଏହି ଦ୍ବିପାଞ୍ଚଳ ମାଟି ତଳୁ ହାଇଡ୍ରୋ କାର୍ବନ ନିର୍ଗତ ହୋଇ ତୈଳ ଓ ଗ୍ୟାସ ବାହାରେ ତେବେ ପାଟକୁରା, ଅର୍ଥନୀତି ର ହବ ହେଇପାରିବ ବୋଲି ଚର୍ଚ୍ଚା ଜୋର ଧରିଛି

Reported by

(MANASI MISHRA)

Leave A Reply

Your email address will not be published.