ଡେରାବିଶ(ନି . ପ୍ର) ବାଲେଶ୍ୱର ବାହାନଗା ଟ୍ରେନ ଟ୍ରlଜେଡି ପରେ ଦୁର୍ଘଟଣା ରେ ଆହତ ହୋଇ ଚିକିଶ୍ଚିତ ହେଉଥିବା ରୋଗୀ ଙ୍କ ନିମତେ ରକ୍ତ ଅଭାବ ନ ରହିବା ପାଇଁ ଆଜି ଡେରାବିଶ ବ୍ଲକ ର ବିଭିନ ସ୍ଥାନ ରେ ଅନେକ ସ୍ୱର୍ଚ୍ଚା ସେବୀ ସଂଗଠନ ଓ ରେଡ କ୍ରସ ର ମିଳିତ ଆନୁକୂଲ୍ୟରେ ମେଗା ସ୍ୱର୍ଚ୍ଚା କୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି. ଡେରାବିଶ ବ୍ଲକ ବିଜେଡି ର ବରିଷ୍ଟ ନେତା ତଥା ପୂର୍ବତନ ଡେରାବିଶ ବ୍ଲକ ଅଧକ୍ଷ ସରୋଜ କାନ୍ତ ସାହୁ ଙ୍କ ଉପସ୍ଥିତ ରେ ଡେରାବିଶ ସଂକୃତିକ ପରିଷଦ, ବାଲିଆ ପଞ୍ଚାୟତ ସଙ୍ଘ ଆନୁକୂଲ୍ୟରେ ଡେରାବିଶ ବାଲିଆ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା. ସେଠାରେ ଅସି.ଇଉନିଟ ରକ୍ତ ସଂଗ୍ରହ ହେଇଅଚି. ସେହିପରି ଡେରାବିଶ ବଜାର କମିଟି ଓ ରେଡ କ୍ରସ ର ମିଳିତ ଆନୁକୂଲ୍ୟରେ ଡେରାବିଶ ବଜାର ରେ ଏସି ବସ ଭିତରେ ଆଉ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି. ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଯେଉଁଠାରେ ଏସି ବସ ଭିତରେ ଅନୁକୂଳ ପରିବେଶ ରେ ରକ୍ତ ଦାନ କରୁଛନ୍ତି ସ୍ବେଛାସେବୀ ମାନେ.
ଡେରାବିଶ ରେ ସେହି ଭଳି ବିଭିନ ସ୍ଥାନରେ ଆଜି ରକ୍ତ ଦାନ ଶିବିର ଆୟୋଜିତ କରାଯାଇ ବାହାନାଗା ଦୁର୍ଘଟଣା ରେ ପୀଡିତ ମାନଙ୍କୁ ରକ୍ତ ଯୋଗାଇ ଦିଅl ଯିବାକୁ ଯୋଜନା ରହିଛି. ଶତାଧିକ ଲୋକ ବାହାନଗା ପୀଡିତ ଓ ଆହତ ଙ୍କୁ ସହଯୋଗ ପାଇଁ ସ୍ବେଛାକୃତ ଭାବେ ଅସହ୍ୟ ଗ୍ରୀଷ୍ମ ପ୍ରକୋପ ରେ ବି ରକ୍ତ ଦାନ କରିବାକୁ ଭିଡ଼ ଜମାଇଥିଲେ.ଅସମୟରେ ଡେରାବିସ ବାସି ନିଜ ମାନବିକତା ର ପରିଚୟଦେଇଛନ୍ତି
Reported by
(MANASI MISHRA)