ଗଦାଧର ପୀଠ ରୁ ମୂର୍ତ୍ତି ଚୋରି  ଉଦ୍ୟମ

କେନ୍ଦ୍ରାପଡ଼ା(ଗରଦପୁର)ବାବା ଆସିଲେ. ଶ୍ଳୋକ ମନ୍ତ୍ର ଆଦି ପାଠ କଲେ. ସୁଜଗ ଦେଖି କାଇଦାରେ କୌଶଳ କ୍ରମେ ଠାକୁର ଙ୍କ ସହ ସହ ବର୍ଷ ତଳର ଐତିହ୍ୟ ରାଧା କୃଷ୍ଣ ମୂର୍ତ୍ତି କୁ ଚୋରି କରି ନେଇ ଯାଉଥିଲେ. ଶେଷରେ ସ୍ଥାନୀୟ ଲୋକ ଙ୍କ ହାତରେ ଧରାପଡ଼ି ଛେଚା ଖାଇ ପୋଲିସ ଙ୍କ ଦ୍ୱାରା   ଗିରଫ ହେଲେ. ଏଭଳି ଘଟଣା ଦେଖିବାକୁ ମିଳିଛି କୁଦାନଗରୀ ଥାନା ଅନ୍ତର୍ଗତ ଗଦାଧର ପୀଠ ରେ.

   ପାଟକୁରା କୁଦାନଗରି ଥାନା ଅନ୍ତର୍ଗତ ପ୍ରସିଦ୍ଧ କିମ୍ବଦନ୍ତି ପୀଠ ଭାବେ ପରିଚିତ ଗଦାଧର ପିଠରୁ  ବାବା ଭେଷରେ ଆସି ଦୁଇ ଜଣ ଯୁବକ ଆଜି ପ୍ରଥମେ ପୀଠ ଭିତରେ ଥିବା ରାଧା କୃଷ୍ଣ ମନ୍ଦିର ରେ ମନ୍ତ୍ର ଶ୍ଳୋକ ଆଦି ପାଠ କଲେ. ସ୍ଥାନୀୟ ପୂଜକ ତାଙ୍କୁ ସାଧୁ ସଂଥ ବୋଲି ଭାବିଥିଲେ. କିନ୍ତୁ ସ୍ଥାନୀୟ ପୂଜକ ନୀତି କରିବାକୁ ରୋଷ ଘର କୁ ଯାଇଥିବା ବେଳେ ସାଧୁ ବେଶ ଧାରୀ ଯୁବକ ଦୁଇଜଣ ରାଧା କୃଷ୍ଣ ଙ୍କ ଅଷ୍ଟଧାତୁମୂର୍ତ୍ତି ଉଠାଇ ଖସିଯିବାକୁ ଉଦ୍ୟମ କରିବାବେଳେ ପୂଜକ ଦେଖି ଲୋକଙ୍କୁ ଡାକ ପକାଇବାରୁ ସ୍ଥାନୀୟ ଲୋକ ଦୁଇ ସାଧୁ ରୁପି ଚୋର ଙ୍କୁ କାବୁ କଲେ. ସେମାନଂକୁ ଉତ୍ତମ ମାଧ୍ୟମ ଦେଇ ମୁର୍ତ୍ତି କାଵୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ବାସିନ୍ଦା.ଦୁଇ ଜଣ ଜୁବକ ବାବାଜୀ ବେଶରେ ପୁଜା କରିବା ନାରେ ରାଧାକୃଷ୍ଣ ମୁର୍ତ୍ତି ଚୋରିକରିବା ପରେ ବାଇକରେ ପଳାଉଥିଲେ/ଦୁଇ ଚୋରଙ୍କ ଘର ତିର୍ତୋଲ ଥାନା ଶାରଳା ରୋଡ ବୋଲି ଜଣାପଡିଛି/ବର୍ତ୍ତମାନ ଦୁହିଁଙ୍କୁ କୁଦାନଗରୀ ପୋଲିସ ନିଜ ଜିମା କୁ ନେଇ ତଦନ୍ତ ଆରମ୍ଭ କରିଛି. ପୂର୍ବରୁ ମଧ୍ୟ ଗଦାଧର ପୀଠ ରୁ ଦୁଇ ଥର ଚୋରି ହୋଇଥିବା ବେଳେ ସମସ୍ତଙ୍କର ସଂନ୍ଦେହ ଏହି ଦୁଇ ଯୁବକ ଙ୍କ ଉପରେ ରହିଛି

Reported by

Leave A Reply

Your email address will not be published.