ଖବର ଆଜିର ….ତାରିଖ …୧୦/୦୬/୨୦୨୩ ଶନି ବାର ।
ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ ଅଭିଯୋଗ ନେଇ ସାଓମୀ ଇଣ୍ଡିଆକୁ ଇଡି ନୋଟିସ୍, ୩ ବିଦେଶୀ ବ୍ୟାଙ୍କ୍କୁ ବି କାରଣ ଦର୍ଶାଅ ନିର୍ଦ୍ଦେଶ ।
ମୁକ୍ତା ଯୋଜନା କାର୍ଯ୍ୟକାରୀ ପାଇଁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଲେ ।
ବଢୁଛି ପରମାଣୁ ଯୁଦ୍ଧ ଭୟ ; ଜୁଲାଇରେ ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବେ ପୁଟିନ୍ ।
ଆତ୍ମହତ୍ୟା କଲେ ଇ-ସ୍ପୋର୍ଟ୍ସ ଷ୍ଟାର୍ କାରେଲ ଟ୍ୱିଷ୍ଟିନ ଅସେନବ୍ରିନର; ଫେବ୍ରୁଆରୀରେ କହିଥିଲେ- ମୁଁ ମାନସିକ ଚାପରେ ଅଛି ।
CSE ରିପୋର୍ଟ: ପ୍ରତିକୂଳ ପାଗ ଯୋଗୁ ପ୍ରାଣ ହରାଇଛନ୍ତି ୨୩୩ ଜଣ, ୦.୯୫ ମିଲିୟନ ହେକ୍ଟରରେ ଜମିରେ ହୋଇଛି ଫସଲ ନଷ୍ଟ ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ: ପାକିସ୍ତାନୀ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଅଟୋଗ୍ରାଫ ଦେଲେ ପୂର୍ବତନ କ୍ରିକେଟର ହରଭଜନ ସିଂ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରିକୁ ନେଇ ପୁଣି କୋର୍ଟରେ ଅରବିନ୍ଦ କେଜରିୱାଲ, ୨୫ ହଜାର ଟଙ୍କାର ଜରିମନାକୁ କଲେ ଚାଲେଞ୍ଜ ।
ମୁମ୍ବାଇ ମୀରା ରୋଡ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତକ ସରସ୍ୱତୀ ବୈଦ୍ୟ ଓ ଅଭିଯୁକ୍ତ ହତ୍ୟାକାରୀ ମନୋଜ ସାନେ ଲିଭ୍-ଇନରେ ରହୁନଥିଲେ ବରଂ ବିବାହ କରିଥିଲେ ।
ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟିଲେ ବିଷ୍ଣୁପଦ ସେଠୀ: ଅରବିନ୍ଦ ଅଗ୍ରୱାଲ ହେଲେ ଉଚ୍ଚଶିକ୍ଷା ବିଭାଗ ସଚିବ ।
ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ଦିନ ତାପମାତ୍ରା ଝାରସୁଗୁଡାରେ ୪୫.୬ ଡିଗ୍ରୀ ସେଲସିଅସ ।
ନୂଆ ନମ୍ବର ପ୍ଲେଟ୍ ନଥାଇ ଗଡୁଛି ୫ ଲକ୍ଷ ଗାଡ଼ି । ନିୟମର ଉଲଂଘନ କରି ଗାଡ଼ି ଚଳାଉଛନ୍ତି ଚାଳକ ।
ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ଲାଗି ଶୁକ୍ରବାର ଦିନ ରାଜ୍ୟପାଳନଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫ଟି ଉପକ୍ରମରେ ମଡେଲ ସ୍କୁଲ ଭାବରେ ଗଢାହେବ ବାହନାଗା ହାଇସ୍କୁଲ ।
ରାହାଣେ-ଶାର୍ଦୁଳ ସମ୍ମାନ ରଖିଲେ: ଭାରତ ୨୯୬, ଅଷ୍ଟ୍ରେଲିଆ ୨୯୬ ରନ୍ରେ ଆଗୁଆ।
ଆୟୋଜକ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୨-୦ ଗୋଲରେ ମଙ୍ଗୋଲିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି।
ଭଞ୍ଜକଳା ମଣ୍ଡପରେ ଅଭାବନୀୟ ଘଟଣା, ନୃତ୍ୟ ମଞ୍ଚରେ ଟଳି ପଡ଼ିଲେ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନ ।
ୟୁକ୍ରେନର ଖେରସନ ଅଂଚଳରେ ବନ୍ୟା ସ୍ଥିତି: ୬ ଶହ ବର୍ଗ କିଲୋମିଟର ଅଂଚଳ ପାଣି ଘେରରେ ।
ସୁପ୍ରଭାତ ,ଶୁଭ ସକାଳ ।