ରାଇରଙ୍ଗପୁର -୧୦/୬ ସମଗ୍ର ଦେଶରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଵସରରେ ସମସ୍ତ ରାଜ୍ୟ , ଜିଲ୍ଲା, ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଶୁକ୍ରବାର ଦିନ କୁସୁମି ବ୍ଳକର ଝିପାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟଳ ସ୍ତରୀୟ ଜନଭାଗିଦାରୀ ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ସିଆରସିସି ଅବିନାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀମତୀ ଜଳେଶ୍ବରୀ ମହାନ୍ତଙ୍କ ସମେତ ସମସ୍ତ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ସ୍କୁଲରେ ଯେଭଳି ସବୁଦିନ ଉପସ୍ଥିତ ହେବେ ଏବଂ ସେମାନଙ୍କ ଦକ୍ଷତା କିଭଳି ବୃଦ୍ଧି ପାଇବ ସେଥିପ୍ରତି ଯତ୍ନଶୀଳ ହେବାକୁ ଶପଥ ପାଠ କରାଯାଇଥିଲା ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ