ଅଙ୍ଗନୱାଡି ଦିଦି ଙ୍କ ନାଁରେ ୱାର୍ଡ ମେମ୍ବର ସମେତ ଗ୍ରାମବାସି ଆଣିଥିଲେ ସଂଗୀନ ଅଭିଯୋଗ l ସମସ୍ୟା ନେଇ ସିଡିପିଓ ଓ ବିଡ଼ିଓ ଙ୍କୁ ମଧ୍ୟ ଗୁହାରି କଲେ l ହେଲେ ତଦନ୍ତ ଓ କାଯ୍ୟନୁଷ୍ଠାନ ନାଁ ରେ କେବଳ ମିଳିଲା ତାରିଖ ଓ ତାରିଖ ସତେ ଯେପରି ଗୁହାରି ଶୁଣିବାକୁ କେହି ନାହିଁ l ଶେଷରେ ଅଙ୍ଗେନବାଡି ଗୃହ ରେ ଗ୍ରାମବାସୀ ସାମୁହିକ ଭାବେ ପକେଇଲେ ତାଲା l ତଦନ୍ତ ପାଇଁ ଗଲେ ସିଡିପିଓ ସମୟ ମଧ୍ୟ ଦେଲେ ସାତ ଦିନ ହେଲେ ସାତ ଦିନ ରୁ ଉର୍ଦ୍ଧ ବିତିଯାଇଥିଲ ମଧ୍ୟ କାର୍ଯନୁଷ୍ଠାନ ନୋହିଲେ l ତେବେ ତଦନ୍ତ ଟି ପ୍ରହସନ ନା ସତ ସତିକା ଏଯାଏ ବୁଝିନାହାନ୍ତି ନିରୀହ ଗ୍ରାମବାସୀ l ତେବେ ଏଠି ପ୍ରଶ୍ନ ଉଠେ ଦୁଇ ଦୁଇ ଥର ଘଟଣା ସ୍ଥଳ କୁ ଯାଇ ପରିସ୍ଥିତି ଦେଖିଲା ପରେ କାହିଁକି ଚୁପ ସିଡିପିଓ l ତେବେ ମା ଓ ଶିଶୁଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି କିନ୍ତୁ ବଂଚିତ ନିରୀହ ଗ୍ରାମବାସୀ l ଜନସାଧାରଣ ଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ପ୍ରଶାସନ ମଧ୍ୟ ନିରବ l ଘଟଣା ଅନୁଯାଇ ଶିଶୁ ଓ ପ୍ରସୂତି ମହିଳା ଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଯୋଜନା କରିଥିବାବେଳେ,ତାହା ହେଉଛି ବାଟମାରଣା । ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚକରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ କାମିନୀ ସାହୁ ଅଣ୍ଡା ଓ ଛତୁଆ ହଡପ କରି ବାଟମାରଣା କରୁଥିବା ଗ୍ରାମ ବାସି ଅଭିଯୋଗ କରିଥିଲେ l ଏଭଳି ଏକ ଅଭିଯୋଗ ହୋଇଛି, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତ ର ମାତାକୁପା ଗ୍ରାମ ରେ । ଶିଶୁ ଓ ମହିଳା ମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ କେବେ କେମିତି ଗୋଟିଏ ଥର ଅଣ୍ଡା ଛତୁଆ ଗୁଣ୍ଡ ଦେଇ ଚାରି ରୁ ପାଞ୍ଚମାସ ର ଅଣ୍ଡା ଛତୁଆ ବାଟ ମାରଣା କରୁଥିବା ଗ୍ରାମ ର ୱାର୍ଡ ମେମ୍ବର ଛେଦ ମହାନନ୍ଦ ଙ୍କ ସମେତ ଗ୍ରାମବାସି ଅଭିଯୋଗ କରିଥିଲେ l ଅଙ୍ଗନବାଡି କର୍ମୀ ଅଣ୍ଡା ଛତୁଆ ବାଟବଣା କରୁଥିବା ସମେତ ମାତାକୁପା ଗ୍ରାମ କୁ ସରକାର ଦେଉଥିବା ଗାଁ କଲ୍ୟାଣ ଟଙ୍କା ଛଅ ରୁ ସାତ ବର୍ଷର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଏବିଷୟ କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ବିଭାଗ ତରଫରୁ କୌଣସି ଗୁରୁତ୍ୱ ଦେଉନଥିବା ସହ ଏ ସମ୍ପର୍କରେ ସିଡିପିଓ ମୁଁହ ଖୋଲୁ ନ ଥିବା ବେଳେ ଥିବା ବେଳେ କଣ୍ଟାମାଳ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋସନ୍ନାରାଣୀ ପାଢି ଉକ୍ତ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ ରେ ଆସିଥିଲେ ଅଙ୍ଗନବାଡି କର୍ମୀ ଶ୍ରୀମତୀ କାମିନୀ ସାହୁ ଓ ୱାର୍ଡ ମେମ୍ବର ଙ୍କ ସମେତ ଗ୍ରାମବାସୀ ଙ୍କୁ ଡାକି ଅଙ୍ଗନବାଡି କେନ୍ଦ୍ର ରେ ଅଣ୍ଡା ଛତୁଆ ସମସ୍ୟା କୁ ନେଇଁ ଆଲୋଚନା କରିଥିଲେ । ପରେ କିଛି ସମାଧାନ ନହେବାରୁ ସାତଦିନ ମଧ୍ୟ ରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇ ଯାଇଥିଲେ ସାତଦିନ ପୂରଣ ହେଲା ପରେ ମଧ୍ୟ୍ୟ କାର୍ଯାନୁଷ୍ଠାନ ନ ହେବାରୁ ଅଙ୍ଗନବାଡି କେନ୍ଦ୍ର ରେ ତାଲା ପାକେଇଛନ୍ତି ଗ୍ରାମବାସି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଙ୍ଗନବାଡି କେନ୍ଦ୍ର କୁ ପରିଦର୍ଶନ ରେ ଆସି ଗ୍ରାମ ର ଅଙ୍ଗନବାଡି କର୍ମୀ ଓ ୱାର୍ଡ ମେମ୍ବର ଓ ଗ୍ରାମବାସି ଙ୍କୁ ଡାକି ଛତୁଆ ଅଣ୍ଡା ସମସ୍ୟା କୁ ନେଇ ଆଲୋଚନା କରୁଥିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ଆଗରେ ଅଙ୍ଗନବାଡି କର୍ମୀ କାମିନୀ ସାହୁ ୱାର୍ଡ ନେମ୍ବର ଙ୍କ ପ୍ରତିନିଧି ଙ୍କୁ ୧୨୦୦୦ ହଜାର ଟଙ୍କା କୌଣସି କାରଣ ଦେଉଥିବା ବେଳେ ୱାର୍ଡ ମେମ୍ବର ଙ୍କ ପ୍ରତିନିଧି ମନାକରିବା ରୁ ଅଙ୍ଗନବାଡି କର୍ମୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନାଲିଆଖି ଦେଖେଇଥିବା ଟିକେଶ୍ୱର ମହାନନ୍ଦ କୁହନ୍ତୁ l
ଦେଖିବାକୁ ବାକି ରହିଲା ପ୍ରଶାସନ କି କାର୍ଯାନୁଷ୍ଠାନ ନେଉଛି ଓ ନା କେବଳ ମା ଓ ଶିଶୁ ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଓ ପ୍ରଶାସନ ପ୍ରହସନ କରୁଛନ୍ତି l