ଗରଦପୁର(ନି. ପ୍ର )ଗାଁ ସାରା ଗହଳ ହେଲା ପାରିବାରିକ କଳହ କୁ ପ୍ରଦୀପ୍ତ ନାୟକ ଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଦେଇଛି. ଖବର ପାଇ ଘଟଣା ସ୍ଥଳରେ କୁଦାନଗରୀ ଥାନା ପୋଲିସ ଟିମ ପହଁଚିଲେ. ପ୍ରଦୀପ୍ତ ଙ୍କ ସ୍ତ୍ରୀ ବେବିନା ନାୟକଶୋଇବା ଘର ଭିତର ପଟୁ କବାଟ ଦେଇ ଘର ଭିତରେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଖବର ପାଇଥିଲେ. କିଏ କହୁଥିଲା ମହିଳା ଜଣଙ୍କ ବିଷ ପିଇଛନ୍ତି ତ କିଏ କହୁଥିଲା ସେ ପଙ୍ଖା ରେ ରଶି ଲଗାଇ ଝୁଲିଛନ୍ତି. ପୋଲିସ ମହିଳା ଙ୍କ ସ୍ୱାମୀ ଙ୍କୁ ବସାଇ କରି ତଦନ୍ତ ଆରମ୍ଭ କରିବା ସହ ବନ୍ଦ ଘର କବାଟ ଭାଙ୍ଗିବା ପାଇଁ ସାଇଣ୍ଟିଫିକ ଟିମ ମୁ ଖବର ଦେଇଥିଲେ.କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା.
ଶେଷରେ ଦୀର୍ଘ ଆଠ ଘଣ୍ଟା ପରେ କବାଟ କୁ ଫିଟାଇବା ପରେ କିଛି ଅଦ୍ଭୁତ ଦୃଶ୍ୟ ଦେଖା ଦେଇଥିଲା. ପଙ୍ଖା ରେ ରସି ଓହଳିଛି ସତ କିନ୍ତୁ ମହିଳା ଶେଜ ଉପରେ ସଂଜ୍ଞା ହିଁନ ଅବସ୍ଥା ରେ ପଡିରହିଛନ୍ତି. ମହିଳା ଙ୍କୁ ପାଣି ଛିଞ୍ଚି ବାରୁ ଜଣା ପଡିଥିଲା ଶରୀରରେ ଜୀବନ ଅଛି, ସେ ଚେତା ଶୂନ୍ୟ ହୋଇଯାଇଥିଲେ.
କୁଦାନଗରି ଥାନା ଅନ୍ତର୍ଗତ ତିରିଣିଆ ଗ୍ରାମ ରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି .. ତିରିଣିଆ ଗ୍ରାମ ର ପ୍ରଦୀପ୍ତ ନାୟକ ଓ ବେବିନା ନାୟକ 2017 ମସିହା ରେ ବିବାହ କରିଥିଲେ. ପାରିବାରିକ ଆସନ୍ତି ଓ ତିକ୍ତତା ଯୋଗୁଁ ଆଜି ଅପରାହ୍ନ ରେ ବେବିନା ଶୋଇବା ଘର କବାଟ କିଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ. ଦୀର୍ଘ ସମୟ କବାଟ ବନ୍ଦ ରହିବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅନୁମାନ କରି ସ୍ୱାମୀ ମାନି ମୋକଦ୍ଦମା ଭୟରେ କବାଟ ଫିଟାଇ ବାକୁ ଚେଷ୍ଟା ନକରି ପୋଲିସ ଙ୍କୁ ଜଣାଇଲେ. ପୋଲିସ ଦୀର୍ଘ ଘଣ୍ଟା ପରେ କବାଟ ଫିଟାଇ ବାରୁ ମହିଳା ଜଣଙ୍କ ଚେତାଶୂନ୍ୟ ଅବସ୍ଥା ରେ ମିଳିଥିଲେ ସତ କିନ୍ତୁ ତାଙ୍କ ଦେହରେ ଜୀବନ ଥିଲା. ବିଧିର ବିଧାନ ଆଗରେ ଏକ ବଡ଼ ବିଭ୍ରାଟ ରୁ ବର୍ତ୍ତିଗଲେ ସ୍ୱାମୀ ସ୍ତ୍ରୀ. ଏ ଘଟଣା ସ୍ଥାନୀୟ ଅଞ୍ଚଳ ରେ ଏକ ଅଦ୍ଭୁତ ଘଟଣା ବୋଲି ଚର୍ଚ୍ଚା ହେଉଛି
Reported by
(MANASI MISHRA)