ନକଲି ଚାବିରେ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି

କଣ୍ଟାବାଞ୍ଜି ୧୨/୬ ବଲାଙ୍ଗିର ଜିଲ୍ଳା କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ଚାରି ଡକାୟତି ଭଲି ଘଟଣା ବଢ଼ି ଚାଲିଛି, ଫଳରେ ସ୍ଥାନୀୟ ଲୋକେ ଭୟାବହ ପରିସ୍ଥିତିରେ ଜୀବନ ଯାପନ କରୁଛନ୍ତି, ଥାନାର ଆଶ୍ରୟ ନେଲେ ସୁଦ୍ଧା କୌଣସି ସୁଫଳ ମିଳିବନି ବୋଲି ଅଧିକ ଲୋକ ଏଭଳି ଘଟଣାକୁ ଚପେଇ ରଖୁଛନ୍ତି, ଯାହା ଦ୍ୱାରା ଚୋର ଡକାୟତ ମାନଙ୍କର ଆତ୍ମବିଶ୍ୱାସ ବଢ଼ି ଯାଉଛି ଓ ଏପରି କାଣ୍ଡ ଭିଆଇ ଚାଲିଛନ୍ତି, ସୂଚନା ଯୋଗ୍ୟ ଯେ ମାସକ ତଳେ ୪ ନମ୍ବର ରୋଡ଼ରେ ବିଦେଶୀ ମଦ ଦୋକାନୀଙ୍କ ଟଙ୍କା ଝାମ୍ପି ନେଲେ ମୋଟର ସାଇକେଲ ଲୁଟେରା, ଜାଗା ଜାଗା ପାଣି ପମ୍ପ ଚୋରି ହେଉଛି ଏକ ଖତ ଖାଉଥିବା ହଷ୍ଟେଲରୁ ପଙ୍ଖା ଚୋରି, କଣ୍ଟାବାଞ୍ଜି ହସ୍ପିଟାଲର ଅନେକ ସମାଗ୍ରୀ ଚୋରି, ନିନ୍ଦ ହଜିଯିବାର ବେଳା ନାହିଁ ଯେଉଁ ଭଳି ଚୋର ମାନଙ୍କ ଚୋରି କାର୍ଯ୍ୟ ବଢ଼ି ଚାଲିଛି ଯେ, ରବିବାର ୪ ନମ୍ବର ରୋଡ଼ରେ ଥିବା କ୍ରିଷ୍ଣା ମେଡିକୋ ମେଡ଼ିକାଲ ଷ୍ଟୋରରୁ ବିଳମ୍ବିତ ରାତିରେ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି ହୋଇଥିବା  ଅଭିଯୋଗ କରିଛନ୍ତି ମାଲିକ, ମେଡ଼ିକାଲ ଷ୍ଟୋରକୁ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି, ସୂଚନା ଯୋଗ୍ୟ ଯେ ଗତକାଲି ରବିବାର ସନ୍ଧ୍ୟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ଦୋକାନ ମାଲିକ, ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତମାନେ ନକଲି ଚାବି ସାହାର୍ଯ୍ଯରେ ଦୋକାନର ସଟର ଖୋଲି ଚୋରି କରିଥିବା ଦୃଶ୍ଯ ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି, ତେବେ କେମିତି ଭାବେ ଏହି ସଟରର ନକଲି ଚାବି ତିଆରି କରି ଲାଗି ଥିବା ସଟରକୁ ଖୁଲା ଗଲା..? କେହି ସାହାର୍ଯ୍ୟ ତ କରି ନାହାଁନ୍ତି ଚୋର ମାନଙ୍କୁ ଚୋରି କରିବାକୁ..? ଅନ୍ୟ ପକ୍ଷରେ ଚାବି ଖୋଲି ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି, ପୋଲିସ ଖବର ପାଇ ସିସିଟିଭି ଆଧାରରେ ତନ୍ନ ତନ୍ନ ଯାଞ୍ଚ କରୁଛି, ସେପଟେ ନକଲି ଚାବି ଜରିଆରେ  ଚୋରି ହୋଇଥିବା ସିସିଟିଭି କ୍ୟାମେରା ସୂତ୍ରରୁ ଜଣାପଡ଼ିଛି, ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଯେଭଳି ଏମିତି କିଛି ନଘଟୁ ସେହି ଦିଗରେ ପୁଲିସ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆଗାମୀ ଦିନରେ ଅନ୍ୟ ମାନଙ୍କ କୌଣସି କ୍ଷତି ହେବ ନାହିଁ, ବିଳମ୍ବିତ ରାତିରେ ନିଛାଟିଆ ସ୍ଥାନ ମାନଙ୍କରେ ଯାହାକୁ ଦେଖିବାକୁ ପାଇଲେ ଥାନାରେ ଅଟକ ରଖି ପଚରାଉଚରା କଲା  ତାଙ୍କର ପରିବାର ବର୍ଗର ଲୋକଙ୍କ ଦ୍ୱାରା ଲେଖା ପଢ଼ା କରି ଛାଡ଼ିବାକୁ ଦାବି ହେଉଛି, ଯାହା ଦ୍ଵାରା ପୁଲିସ କାର୍ଯ୍ୟ କରୁଛି ବୋଲି ବିନା କୌଣସି ଭୟରେ ରାତ୍ରିଯାପନ କରିପାରିବେ ଜନସାଧାରଣ,

Leave A Reply

Your email address will not be published.