ଶିକ୍ଷାର ସୈଖିକତା ଉପର ଆଲୋଚନା ଚକ୍ର

ବାଲିଆପାଳ,; ଶିକ୍ଷା ହେଉଛି ଜୀବନବ୍ୟାପୀ ଏକ ନିରନ୍ତର ପ୍ରକ୍ରିୟା।ଏହାର ମୃତ୍ୟୁରେ ହିଁ ଶେଷ ହୋଇଥାଏ।  ସବୁ ମୁହୂର୍ତ୍ତରେ ଶିକ୍ଷାଧ୍ୟୟନ ହୋଇଥାଏ ବୋଲି ଭୁବନେଶ୍ୱର ସାମଲ କ୍ଳାଶେଷ ପକ୍ଷରୁ ଶିକ୍ଷାର ସୈଖିକତା ଉପର ଆଲୋଚନା ଚକ୍ରରେ ବୁଦ୍ଧିଜୀବୀ ମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଝାଡେଶ୍ଵର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସାମଲ କ୍ଳାଶେଷର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାମଲ ଯୋଗଦେଇ ଗୋଟିଏ ପିଲାର ଭବିଷ୍ୟତ ଗଢିବା ପାଇଁ ତାଙ୍କ ସଂସ୍ଥା କିପରି ନିରନ୍ତର ଭାବେ ଗୁରୁତ୍ୱ ଦେଇଥାଏ ସେ ବିଷୟରେ ଆଲୋଚନା କରିଥିଲେ। ଆଜି ପର୍ଯ୍ୟନ୍ତ ୫ଶହ ଆଇ ଆଇଟି,୧ହଜାର ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ସହିତ ବହୁ ଛାତ୍ରଛାତ୍ରୀଙ୍କୁ ସମାଜରେ ଯୋଗ୍ୟ କରି ଛିଡା କରାଇ ପାରିଥିବା କଥା  କହିଥିଲେ।ସାମଲ କ୍ଳାଶେଷର କୋ ଅର୍ଡିନେଟର ରୁନା ମହାନ୍ତି ଯୋଗଦେଇ କହିଥିଲେ ଯେ ଗ୍ରାମାଞ୍ଚଳର ଚାଷୀ ମୂଲିଆ ପରିବାରର ପିଲାମାନଙ୍କୁ ନେଇ ପ୍ରତିଷ୍ଠିତ କରାଇବା ସହିତ ବହୁ ପରିବାରର ପିଲାଙ୍କୁ ସାମଲ କ୍ଳାଶେଷ ଡାକ୍ତର କରାଇପାରିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭୋଗରାଇ ବାଗରୁଖି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ପାତ୍ର,ଶିକ୍ଷକ ଅବିନାଶ ପଣ୍ଡା,ଅରୁଣ କୁମାର ମହାନ୍ତି ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ କୁଞ୍ଜକାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମଲ କ୍ଳାଶେଷର ନିର୍ଦ୍ଦେଶକ ପ୍ରଶାନ୍ତ ସାମଲ ଅନୁଷ୍ଠାନ ସାମଲ କ୍ଳାଶେଷର ପକ୍ଷ ରୁ ଖବର ଦାତା ଅଜୟ କୁମାର ସାହୁ,ଦିଲିପ କୁମାର ଦାସ,ଗୋପାଳ ଚନ୍ଦ୍ର ସାହୁ,ପ୍ରତାପ କୁମାର ପାତ୍ର,ଝାଡେଶ୍ଵର ପ୍ରଧାନ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ବେହେରା,ପ୍ରଧାନ ଶିକ୍ଷକ ଯୁଗଳ କିଶ୍ୱର ଜେନା,ବିରମାଧଵ ଦାସ,ଶିକ୍ଷକ ସନ୍ୟାସୀ ପ୍ରଧାନଙ୍କ ସହିତ ବହୁ ବୁଦ୍ଧିଜୀବୀ ତଥା ଅଭିଭାବକ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.