ଖବର ଆଜିର …ତାରିଖ ୧୬/୦୬/୨୦୨୩ ଶୁକ୍ରବାର ।

ଅଘୋଷିତ ବିଜୁଳି କାଟ ନେଇ ଟାଟା ପାୱାର ବିରୁଦ୍ଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା  ।

ଏସିଆନ୍‌‌ କ୍ରିକେଟ୍‌‌ କାଉନ୍‌‌ସିଲ୍‌‌ ଆଗାମୀ ଏସିଆ କପ୍‌‌ କ୍ରିକେଟ୍‌‌-୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୩ଟି ମ୍ୟାଚ୍‌‌ ଖେଳାଯିବ ।

୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଳ ନିୟୋଜନ କର’, ବଙ୍ଗଳାରେ ହିଂସାକୁ ନେଇ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ।

ମହିମା ପୀଠର ହେବ ରୂପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ୧୧୨ କୋଟି ପ୍ରକଳ୍ପର ପ୍ରସ୍ତାବ ଦେଲେ ଜିଲ୍ଲାପାଳ ।

ଲୋକସଭା ନିର୍ବାଚନ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ; ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ନିର୍ବାଚନ ।

ଜୁନ୍‌ ଶେଷ ସୁଦ୍ଧା ପୁଣି ବିମାନ ପରିଚାଳନା ଆରମ୍ଭ କରିପାରେ ଗୋ ଫାଷ୍ଟ, ମହଙ୍ଗା ବିମାନ ସେବାରୁ ମିଳିବ ଆଶ୍ବସ୍ତି ।

ଖାଉଟିଙ୍କ ପାଇଁ ଅସ୍ବସ୍ତି; ଖାଇବା ତେଲର ଆମଦାନୀ ଶ୍ଳୁକ ହ୍ରାସ କଲେ କେନ୍ଦ୍ର ସରକାର ।

ଜୁନ ୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସକାଳ ୮ଟାରୁ ୧୧ଟା ଯାଏଁ ବଡ଼ ଠାକୁରଙ୍କୁ ଦେଖିବେ ଭକ୍ତ ।

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିବାଦ: ଆଉ ୩୩ ଶିକ୍ଷାବିତ୍‌ ନାମ କାଟିବାକୁ ଅନୁରୋଧ କଲେ ।

ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ବିଫଳ କହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଆଇଟି ରାଷ୍ଟ୍ରମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। ।

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ୧୩ ଦିନ ପରେ ରେଳ ମନ୍ତ୍ରଣାଳୟ ଆଜି ଦକ୍ଷିଣ-ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତ୍ୟୁଲ ସିହ୍ନାଙ୍କୁ ବଦଳି କରିଛି। ।

ବିଶ୍ବ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ ପାଳିତ: ଦେଶରେ ୧୬% ବୃଦ୍ଧା ଦୁର୍ବ୍ୟବହାରର ଶିକାର ୪୭% ଅପମାନ ସହୁଛନ୍ତି ।

ଭାରତ-ନେପାଳ-ବାଂଲାଦେଶ ମଧ୍ୟରେ ତ୍ରିପାକ୍ଷିକ ଶକ୍ତି ବାଣିଜ୍ୟ ରାଜିନାମା ଚିଠା ଚୂଡ଼ାନ୍ତ ହୋଇଛି। ଭାରତ ଏହାର ପଡ଼ୋଶୀ ରାଷ୍ଟ୍ର ସହିତ ଶକ୍ତି କ୍ଷେତ୍ରରେ ଅଧିକ ସଂଯୋଗ ପାଇଁ ଉଦ୍ୟମ କରୁଥିବାବେଳେ ଉକ୍ତ ଚିଠା ଚୂଡ଼ାନ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

କର୍ଣ୍ଣାଟକ ପାଠ୍ୟପୁସ୍ତକକୁ ଫେରିଲେ ନେହେରୁ, ବାଦ୍ ପଡ଼ିଲା RSS ସଂସ୍ଥାପକଙ୍କ ଜଡ଼ିତ ଅଧ୍ୟାୟ ।

୪ ଦିନରେ ଦ୍ବିତୀୟ ଘଟଣା; ପୁଣି ଟେଲ୍ ଷ୍ଟ୍ରାଇକ୍‌ର ଶିକାର ଇଣ୍ଡିଗୋ ବିମାନ ।

ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ‘ଜେଡ୍ ୱାନ୍’ ପରିସରରେ ଉଦ୍‌ଘାଟନ କଲେ ବିଶ୍ବସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.