ବାଲିଆପାଳ,୧୬/୬ (ନ.ନ୍ଯୁ.ସ.)ଗୁରୁବାର ବାଲିଆପାଳ ପୂର୍ତ୍ତି ବିଭାଗ ଡାକବଙ୍ଗଳା ପରିସରରେ ବାଲିଆପାଳ ବ୍ଲକ ବିଡ଼ିଓଙ୍କ ଦବଙ୍ଗଗିରି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଖବର ଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ରେ ବିଡିଓ ଙ୍କ ଆଚରଣ ଏବଂ ଉଚ୍ଚାରଣ ର ପରିବର୍ତ୍ତନ ନହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବର ଚେତବହି ଡେଇଛି। ବାଲିଆପାଳ ବ୍ଲକ କଂଗ୍ରେସ କମିଟି ସଭାପତି ମୁରଲୀମୋହନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ବିଜନ ନାୟକ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବାଲିଆପାଳ ବିଡିଓ ସରକାରୀ ଦଳର ବୁକଚା ବୁହା ସାଜି କଂଗ୍ରେସ ନେତା ଓ କର୍ମୀ ତଥା ବାଲିଆପାଳ ସାଧାରଣ ଲୋକଙ୍କୁ ଅଭଦ୍ରୋଚିତ ଵ୍ୟଵହାର କରୁଛନ୍ତି।ବହୁ ସମୟରେ ସାଧାରଣ ଲୋକ କିଛି ଅଭିଯୋଗ ନେଇ ବ୍ଲକକୁ ଆସିଲେ ବିଡିଓଙ୍କ ଠାରୁ ବିଭିନ୍ନ ପ୍ରକରର କଟୁ କଥା ଶୁଣି ନିରାଶ ହୋଇ ଫେରିବାକୁ ପଡୁଛି। ପ୍ରତିବାଦ କଲେ ପୋଲିସର ସହାୟତାରେ ଜେଲ ଯିବାକୁ ପଡୁଛି। କିଛିଦିନ ପୂର୍ବରୁ ବାଲିଆପାଳ ବ୍ଲକ କାର୍ଯ୍ୟାଳୟରେ ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।ଯୁବ କଂଗ୍ରେସ ନେତା ସୁବାସ ନାୟକ
ଘଣ୍ଟୁଆ ପଞ୍ଚାୟତର ଧର୍ମଦ୍ୱାର ଗ୍ରାମର ଜଣେ ସାଧାରଣ ମଳି ମୁଣ୍ଡିଆ ଲୋକର ଭତ୍ତା ଖାତା ହଜି ଯାଇଥିବା ନେଇ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ . ପ୍ରଥମେ ସୁବାସ ନାୟକ ମାଳିକୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ଭତ୍ତା ଖାତା ହଜିଯାଇଛି ଏବଂ ସେ କେମିତି ଭତ୍ତା ପାଇପାରିବ ସେ ବିଷୟରେ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ । ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଭତ୍ତା ଖାତା ହଜିବା ବାବଦରେ ଥାନାରେ ଲିଖିତ ଅଭିଯୋଗ କାରିବାକୁ ହେବ ବୋଲି କହିଥିଲେ।ଥାନାରେ କେସ ପରେ ଭତ୍ତା ଖାତାରେ ଦସ୍ତଖତ କରିବି ବୋଲି କହିଥିଲେ।
ଅନ୍ୟ ଏକ ସମସ୍ୟାରେ ସାଉଡି ଗ୍ରାମର ଏକ ଜୈନିକ ବ୍ୟକ୍ତିଙ୍କ ଭତ୍ତାଙ୍କ ଖାତା ସରି ଯାଇଛି ଫଳରେ ଉକ୍ତ ବ୍ୟକ୍ତି ଭତ୍ତା ପାଇବାରେ ଅସୁବିଧାର ହେବାରୁ ଏକ ନୂଆ ଖାତା ରେ ଦସ୍ତଖତ ପାଇଁ ସୁବାସ ବିଡ଼ିଓଙ୍କୁ କହିଥିଲେ ଏବଂ ଖାତାଟି ବିଡ଼ିଓ ଙ୍କ ପାଖରେ ରଖିଥିଲେ ତେବେ ବିଡ଼ିଓ ଶ୍ରୀ ପଣ୍ଡା ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହିତ ଭତ୍ତା ଖାତାଟିକୁ ଫୋପାଡି ଦେଇ ନିଜ କାର୍ଯ୍ୟଳୟରୁ ପଳାଇ ଯାଉଥିଲେ। ମାତ୍ର ସୁବାସ ଭତ୍ତା ଖାତାରେ ଦସ୍ତଖତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିଡ଼ିଓ କିଛି କଥା ନଶୁଣି ବାଲିଆପାଳର ସ୍ଵଭିମାନ ଉପରେ ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ଓଲଟି ସୁବାସ ବିଡିଓଙ୍କୁ ଗାଳି ଗୁଳଜ କରିବା ଅଭିଯୋଗରେ ବାଲିଆପାଳ ପୋଲିସକୁ ଲଗାଇ ସୁବାସକୁ ରାତି ଅଧିଆ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାଧାରଣ ଲୋକଙ୍କୁ ବିଡ଼ିଓଙ୍କ ଏପରି ଦୁର୍ବବ୍ୟବହାର ଜନ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଥିବା ବେଳେ ବିଡ଼ିଓଙ୍କ ଏପରି କାର୍ଯ୍ୟ କଳାପକୁ ଖବର ଦାତା ସମ୍ମିଳନୀରେ ନିନ୍ଦା କରାଯାଇଥିଲା। ଯଦି ବିଡ଼ିଓଙ୍କ ଆଚାର ଓ ଉଚ୍ଚାରଣରେ ପରିବର୍ତ୍ତନ ନ ଆସେ ତେବେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି
ଏହି ସମ୍ମିଳନୀରେ ଦାବୀ କରାଯାଇଥିଲା। ଏହି ସମ୍ମିଳନୀରେ ବାଲିଆପାଳ ପଞ୍ଚାୟତ ସମିତି ଅଧକ୍ଷା ରଞ୍ଜିତା ନାୟକ,ଉପାଧ୍ୟକ୍ଷ ରାଜେଶ ଚୌଧୁରୀ,ରବି ନାରାୟଣ ମହାନ୍ତି,ଦେବ ଦେ,ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ସରପଞ୍ଚ ସୁବାସ ବେହେରା,ସମିତି ସଦସ୍ୟ ଶାନ୍ତନୁ ମହାପାତ୍ର, ନରହରି ଜେନା,ଚାରୁଚନ୍ଦ୍ର ଦେ, ତୀର୍ଥ ନାଗ,ଜଗନ୍ନାଥ ବାରିକଙ୍କ ସହିତ ବହୁ କଂଗ୍ରେସ ନେତୃ ବୃନ୍ଦ ଉପସ୍ଥିତ ଥିଲେ।