ଭାଷା ସୁରକ୍ଷାର ସୀମାନ୍ତ ପ୍ରହରୀ କବି ଚଣ୍ତିଚରଣ ବିଶି 

ସିନାପାଲି:୧୭/୦୬- ଓଡ଼ିଶା ଛତିଶଗଡ଼ ସୀମାରେ ରହି ଜୀବନ ତମାମ ସାହିତ୍ଯ ସାଧନା ମାଧ୍ଯମରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ଅବଦାନ ଦେଇ ଥିବା କବି ଚଣ୍ତିଚରଣ ବିଶିଙ୍କ ଜନ୍ମଜୟନ୍ତୀ ଆଜି ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ପାଳନ କରାଯାଇଛି। ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରପରୁ ହାଇସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ସଭାରେ ଶିକ୍ଷାବିତ୍ତ ବିଜୟ କୁମାର ଯୋଷୀ  ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ କବି ମନୋଜ ମେହେର ଓ ମୁଖ୍ଯବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚଂଦ୍ରଭାନୁ କଶ୍ଯପ ଯୋଗ ଦେଇଥିଲେ। କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ କବିପୁତ୍ର ଉମାନନ୍ଦ ବିଶି ମଂଚାସୀନ ଥିଲେ। ସଭା ପ୍ରାରମ୍ଭରେ ରଶ୍ମିରଂଜନ ସା ସମସ୍ତଙ୍କୁ ସ୍ୱାଗତ କରିଥିଲେ। କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପରେ କଣ୍ଠଶିଳ୍ପୀ ବୈକୁଣ୍ଠ ମେହେର କବିଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ। ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ସଂପାଦକ ତରୁଣ କୁମାର ମେହେର,ତୁଳସୀରାମ ମେହେର,ଲଳିତ ସୁନାରୀ, ଧୃବଚରଣ ପଧାନ,ମୁରଲୀଧର ସା,ଗୌତମ ମେହେର, ଜଇତରାମ ନାୟକ,ଚିନ୍ତାମଣି ସାହୁ,ଗୌରଚଂଦ୍ର ଦଣ୍ତସେନା,  ସୁବ୍ରତ ମେହେର,ବଂଶୀଧର ଜଗତ,ପ୍ରେମାନନ୍ଦ ମେହେର,ତ୍ରିନାଥ ମେହେର,ପ୍ରଦ୍ଯୁମ୍ନ ସିଂହ ଚିନ୍ଦା,ନିକୁଞ୍ଜବିହାରୀ ସା,ସାନୁର୍ଯ୍ଯ ମେହେର,ଚୂଡ଼ାମଣି ମେହେର,ରୂପେଶ ଚଂଦ୍ର ମେହେର,ଭ୍ରମରବର ବାଗ, ଡିସମ୍ୱର ମେହେର,ଶିବପ୍ରସାଦ ମେହେର,ପ୍ରକାଶ ଚଂଦ୍ର ମେହେର,ଦିବ୍ୟରଂଜନ ନାଏକ,ଭୀଷ୍ମରାଜ ମେହେର,ରାଜେଂଦ୍ର ପ୍ରସାଦ ଖମାରୀ,ହରେକୄଷ୍ଣ ମେହେର, ହୄଦାନନ୍ଦ ଗହିର,ନରସିଂହ ମେହେର,ଲିପସା ମେହେର,ସ୍ନେହା ମେହେର,ହଂସୀକା ବେମାଲ,ରୁବି ମେହେର,ଭୁବନେ ଯୋଷୀ  ପ୍ରମୁଖ ସାହିତ୍ଯ ପ୍ରେମୀ ଉପସ୍ଥିତ ଥିଲେ।  ଶେଷରେ ଲୋଚନ ମେହେର ଧନ୍ଯବାଦ ଦେଇଥିଲେ।

Leave A Reply

Your email address will not be published.