ଚର୍ଚ୍ଚାରେ ଆୟୁବ ଖାଁ ମଲ୍ଟିହସ୍ପିଟାଲ

କଣ୍ଟାବାଞ୍ଜି ୧୫/୬ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ରେଲୱେ ଖେଳ ପଡ଼ିଆରେ ଗତ ୧୨ ତାରିଖ ଦିନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ତଥା ବିଭିନ୍ନ ବରିଷ୍ଠ ବିଜେଡ଼ି ନେତା କଂଗ୍ରେସ ଦଳ ନେତା ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ଉପସ୍ଥିତରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଥିଲେ, ଓ କହିଥିଲେ ଯେ ଆୟୁବ ଖାଁ ଜଣେ ବିକାଶ ପୁରୁଷ ସେ କଣ୍ଟାବାଞ୍ଜିର ଅନେକ କିଛି ବିକଶିତ କରିଥିବା କହିଥିଲେ, ଆଉ ଆୟୁବ ଖାଁ ମଲ୍ଟି ହସ୍ପିଟାଲର ଶୁଭାରମ୍ଭ କରିଥିଲେ ରେଲୱେ ଖେଳ ପଡ଼ିଆରେ ହେଲେ କିଏ ବି ମନ୍ତ୍ରୀ ହୁଅନ୍ତୁ ବା ନେତା କିଏ ବି କେଉଁଠି ହସ୍ପିଟାଲ ଅଛି ବର୍ତ୍ତମାନ କେତେ ଜଣ ରୋଗୀ ଭର୍ତ୍ତି ହୋଇପାରିବେ କିଛି ବି କେହି ଦେଖିଲେ ନାହିଁ କିମ୍ବା ତାଙ୍କ ବକ୍ତବ୍ୟରେ ସେ ବିଷୟରେ କିଛି କହିଲେ ନାହିଁ, କେବଳ ଆୟୁବ ଖାଁଙ୍କ ପ୍ରସଂଶା କରି ଚାଲିଥିଲେ ତଥା ଆଗରୁ କୁହାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସି ଶୁଭାରମ୍ଭ କରିବେ ଆୟୁବ ଖାଁ ମଲ୍ଟି ହସ୍ପିଟାଲକୁ ବୋଲି ତେଣୁକରି ହଜାରେରୁ ଉର୍ଦ୍ଧ ମହିଳା ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଆସିଥିଲେ, ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲି ଜଣେ ବିକାଶ ପୁରୁଷ ଉକ୍ତ ହସ୍ପିଟାଲର ଶୁଭାରମ୍ଭ କରୁଛନ୍ତି ଆଉ ତାହା ରୋଗୀ ସେବା ଚାଲୁ ହେବା ପରିବର୍ତ୍ତେ ତାଲା ଝୁଲୁଛି ତେବେ ରୋଗୀ ସେବା କିଭଳି ଉନ୍ନତି ଦିଗରେ ଜୀବ ତାହା ଜନସାଧାରଣ ଅବଗତ ହୋଇ ସାରିଥିବେ, କଣ୍ଟାବାଞ୍ଜିରେ ନକଲି ଔଷଧ. ନକଲି ତେଲ. ନକଲି ସାବୁନ ସେମ୍ଫୁ. ନକଲି ସାର୍ଟିଫିକେଟ. ନକଲି ନୋଟ ଭଲି ଅନେକ କାର୍ଯ୍ୟକୁ ନେଇ ରାଜ୍ୟ ବ୍ୟାପୀ ଚର୍ଚ୍ଚିତ ରହିଛି, ଗଣମାଧ୍ୟମରେ ଏନେଇ ଆୟୁବ ଖାଁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭିତରେ ସମସ୍ତ ମେସିନ. ଷ୍ଟାପନର୍ସ. ଜରୁରୀ ସାମଗ୍ରୀ ଠିକ କଲାପରେ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ ବୋଲି, ତେବେ କାହିଁକି ଏତେ ତରବରିଆ ଭାବରେ ଉଦଘାଟନ କରିଛନ୍ତି..? ଆସନ୍ତା ୨୦୨୪ ନିର୍ବାଚନରେ ଟିକେଟ ପାଇବା ଆଶା ନେଇ ଏହି ରାଜନୈତି ତ କରି ନାହାଁନ୍ତି..? ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଟାଇପ ଉପକୁ ଅପେକ୍ଷାରେ ଆୟୁବ ଖାଁ ମଲ୍ଟି ହସ୍ପିଟାଲ..? ଉଦଘାଟନ ଦିନ ଗଣମାଧ୍ୟମରେ କିଛି କହିବାକୁ ବି ନାରାଜ ଥିଲେ ବିଜେଡ଼ି ନେତା କାହିଁକି..? ସତ କହିବାକୁ ଗଲେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ମାନଙ୍କ ମରୁଡ଼ି ଥିବା ବେଳେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ସେ କ୍ଷେତ୍ରରେ ଏତେ ଗୁରୁତ୍ୱ କେବେ କାହିଁକି ଦେଲେ ନାହିଁ ମୁଖ୍ୟ ମନ୍ତ୍ରୀ..? ଆଉ ବେସରକାରୀ ହସ୍ପିଟାଲ ପାଇଁ ଏତେ ତତ୍ପରତା ଦେଖାଇବା କେତେ ଦୂର ଆକୃଷ୍ଟ କରୁଛି ଲୋକଙ୍କୁ..? ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଡାକ୍ତରମାନଙ୍କର ଭର୍ତ୍ତି ଓ ଷ୍ଟାପନର୍ସ ମାନଙ୍କୁ ଚାକିରି ଦେଲା ପରେ ମଲ୍ଟି ବ୍ରାଣ୍ଡ ତିଆରି ହେଉଛି କି ନାହିଁ..? ଗରିବ ଲୋକଙ୍କ ସେବା ନାଁରେ ଗରିବ ବର୍ଗର ଲୋକଙ୍କୁ ଡ଼ାକି ତାଙ୍କ ଉପସ୍ଥିତିରେ ଉଦଘାଟନ ହସ୍ପିଟାଲ ଗରିବ ପଛୁଆବର୍ଗ ପାଇଁ ନା ଆଉ କାହା ପାଇଁ ଖୁଲା ଯାଇଛି ତାହା ଆଗାମୀ ଦିନରେ ଜଣାପଡ଼ିବ,

Leave A Reply

Your email address will not be published.