ଖବର ଆଜିର …ତାରିଖ ୧୯/୦୬/୨୦୨୩ ସୋମବାର ।

୧-ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୫ ଦିନ ଅଣସର ଘରେ ଆୟୁର୍ବେଦ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଅଗଣିତ ଭକ୍ତଙ୍କୁ ଦେବେ ଦର୍ଶନ l

➡️୨-ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ଓଡିଆ ବିଶ୍ବବିଦ୍ୟାଳୟରେ ପାଠପାଢା ହେବ ଆରମ୍ଭ । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୪-ଗୁଳିମାଡ଼ରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଆଜିଠାରୁ ଜୁଲାଇ ୮ ତାରିଖ ଯାଏଁ ରାଜ୍ୟବ୍ୟାପୀ ପ୍ରତିବାଦ କରିବେ ବନ କର୍ମଚାରୀ ସଙ୍ଘ l ଧାରଣା ଦେବେ ରାଜ୍ୟର ୫୩୭୬ ଫରେଷ୍ଟ ଗାର୍ଡ
୨୫୩୦ ଫରେଷ୍ଟର ଓ ୨୮୨ ଡେପୁଟି ରେଞ୍ଜର l

➡️୫-ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିବେ। ରଥଯାତ୍ରା ଲାଗି ନିରୀକ୍ଷଣ କରିବେ ପୁରୀ ରେଳ ଷ୍ଟେସନ l

➡️୬-ତାତିରେ ଲାଗିବ ବ୍ରେକ୍‌, ୨୧ ଜୁନ ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି l

➡️୭-ଉତ୍ତର ପ୍ରଦେଶରେ ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ, ୭୨ ଘଣ୍ଟା ମଧ୍ୟରେ ଗୋଟିଏ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୪୦୦ ଲୋକ l

➡️୮-ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଆଜି ତାଙ୍କର ଦ୍ରିଶା ଆଚାର୍ଯ୍ୟଙ୍କ ସହ ହେଲା ବିବାହ ସମ୍ପନ୍ନ l

➡️୯-ବିଶିଷ୍ଟ ସାଉଥ ଅଭିନେତା ପୂଜାପୁରା ରବିଙ୍କ ପରଲୋକ, ୪ ହଜାର ନାଟକ ଓ ୮ ଶହ ଫିଲ୍ମରେ କରିଥିଲେ ଅଭିନୟ l

➡️୧୦-ବିବାଦ ପରେ ବି ୨ଦିନରେ ୧୫୦କୋଟିରୁ ଅଧିକ ଆୟ କଲାଣି ଫିଲ୍ମ ‘ଆଦିପୁରୁଷ’ । ସେପଟେ ବିବାଦ ବଢ଼ିବା ପରେ ଶେଷରେ ବଦଳିବ ଫିଲ୍ମର ଡାଇଲଗ୍ ।

➡️୧୧-ଆଦିପୁରୁଷକୁ ନେଇ ନେପାଳରେ ବଢିଲା ଅସନ୍ତୋଷ, ନେପାଳର ରାଜଧାନୀ କାଠମାଣ୍ଡୁରେ ବଲିଉଡ୍ ଫିଲ୍ମର ସ୍କ୍ରିନିଂ ଉପରେ ଲାଗିଲା ବ୍ୟାନ୍ l

➡️୧୨-ପୃଥିବୀର ସବୁଠୁ ବଡ଼ ପ୍ରକାଶନ ସଂସ୍ଥା ଗୋରଖପୁର ଗୀତା ପ୍ରେସକୁ ମିଳିବ ଗାନ୍ଧୀ ଶାନ୍ତି ପୁରସ୍କାର l ପୁରସ୍କାର ବାବଦ ୧ କୋଟି ଟଙ୍କା ସହ ମିଳିବ ଏକ ପ୍ରଶସ୍ତି ପତ୍ର l

➡️୧୩-ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ ମିଳିଲା ବଡ଼ ସଫଳତା। TAPAS UAVର ହେଲା ସଫଳ ଉଡ଼ାଣ l

➡️୧୪-ଉତ୍ତରାଖଣ୍ଡରେ ଖୁବଶୀଘ୍ର ଲାଗୁହେବ ସମାନ ନାଗରିକ ସଂହିତା (ୟୁସିସି) ଆଇନ , ଏ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କଲେ ଘୋଷଣା l

➡️୧୫-ହିମାଚଳ ପ୍ରଦେଶ ସିମଲାର ଜୈନ ମନ୍ଦିରରେ ଲାଗିଲା କଟକଣା, ଏଣିକି ଛୋଟ ବସ୍ତ୍ର, ହାଫ୍ ପ୍ୟାଣ୍ଟ, ବରମୁଡ଼ା, ମିନି ସ୍କର୍ଟ, ନାଇଟ ସୁଟସ୍, କଟା ଫଟା ଜିନ୍ସ, ସ୍କ୍ରାଚ୍ ଡିଜାଇନ୍ ବାଲା ଜିନ୍ସ ଏବଂ ୱାନ୍ ଥାର୍ଡ ଜିନ୍ସ ପିନ୍ଧି ମନ୍ଦିର ଆସିବାକୁ ହେଲା ବାରଣ l

➡️୧୬-ଚାଇନାର ଏକ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ନୂଆ ଆଣିଲେ ନିୟମ, ଏଣିକି କମ୍ପାନୀର କୌଣସି କର୍ମଚାରୀ ବିବାହ ପରେ ବି ଯଦି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି ତେବେ ଅଫିସରୁ ହେବେ ବିଦା l

➡️୧୭-ଘରୋଇ ସିଜିନ୍ ପାଇଁ ଖେଳସୂଚୀ ଜାରି କଲା ବିସିସିଆଇ । ଜୁନ୍ ୨୮ରୁ ଆରମ୍ଭ ହେବ ଦିଲୀପ ଟ୍ରଫି, ଜାନୁଆରୀ ୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି ।

➡️୧୮-ଇଣ୍ଡୋନେସିଆ ଓପନ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନୂଆ ଇତିହାସ ରଚିଲେ ଭାରତର ସାତ୍ୱିକ-ଚିରାଗ ଯୋଡି । ଫାଇନାଲ ମ୍ୟାଚରେ ବିଶ୍ୱ ଚମ୍ପିଆନ୍ ମାଲେସିଆକୁ ହରାଇ ଏହି ଟ୍ରପିକୁ କଲେ ଅକ୍ତିଆର l

➡️୧୯-ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଲେବାନନ୍‌କୁ ୨-୦ ଗୋଲ୍‌ରେ ହରାଇ ଦ୍ୱିତୀୟ ଥର ଲାଗି ଚାମ୍ପିଅନ୍‌ ହେଲା ଭାରତ । ଦଳକୁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨୦-ବିରାଟ କୋହଲିଙ୍କ ସମ୍ପତ୍ତି ଟପିଲା ୧୦୦୦ କୋଟି ଟଙ୍କା l କୋହଲିଙ୍କ ଛଡ଼ା ବର୍ତ୍ତମାନ ସମୟରେ ଦୁନିଆର ଅନ୍ୟ କୌଣସି କ୍ରିକେଟରଙ୍କ ପାଖରେ ଏତେ ଟଙ୍କା ନାହିଁ ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ନବଯୌବନ ଦର୍ଶନ, ଉଭା ଯାତ୍ରା ll
🔅ଆଜି ବିଶ୍ୱ ସାଧୁସନ୍ଥ ଦିବସ ll
🔅ଆଜି ଜାତୀୟ ଘଣ୍ଟା ଦିବସ ll
🔅ଆଜି ବିଶ୍ୱ ଅସୁସ୍ଥ ସେଲ୍ ଦିବସ ll

ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।

Leave A Reply

Your email address will not be published.