ଭଞ୍ଜନଗର,୨୦/୦୬ : ଭଞ୍ଜନଗର ଥାନା ଅନ୍ତର୍ଗତ ବାଲିସାହି ନିକଟରେ ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣକ ଚାକୁଣ୍ଡାପଲି ଗ୍ରାମର ନୀଳ ମାଧବ ଗୌଡ଼(୫୬) ବୋଲି ଜଣାପଡ଼ିଛି। ଘଟଣା ପ୍ରକାରେ,ନୀଳ ମାଧବ ବାଲି ସାହି ଗ୍ରାମ ନିକଟରେ ଥିବା କେନାଲ କୁ ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଥିବା ବେଳେ ୩/୪ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳ ମାଧବ କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି