ସୋସିଆଲ ମିଡ଼ିଆ ରେ ମିଥ୍ୟା ପ୍ରଚାର କରିଥିବା ଯୁବକ ଙ୍କ ନାମ ରେ ଏତଲା

କେନ୍ଦ୍ରାପଡ଼ା(ନି. ପ୍ର )ନିଜକୁ କଂଗ୍ରେସ ଦଳ ର କର୍ମୀ ବୋଲାଉଥିବା ଡେରାବିଶ ଇନ୍ଦାଳ ପଞ୍ଚାୟତ ଛକନା ଗ୍ରାମ ର ଆତ୍ମଘୋଷିତ ନେତା ଅମୁଲ୍ୟ ତ୍ରିପାଠୀ ନାମକ ଯୁବକ ନାମ ରେ ଚାନ୍ଦୋଳ ଫାଣ୍ଡି ରେ ଏତଲା ହୋଇଛି. ଛକନା ଗ୍ରାମ ର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି କେଦାରନାଥ ମହାନ୍ତି ଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ବଦନାମ କରି ତାଙ୍କୁ ବ୍ଲାକ ମେଲିଙ୍ଗ କରିବାରୁ ଆତ୍ମଘୋସିତ ନେତା ଅମୁଲ୍ୟ ତ୍ରିପାଠୀ ନାମ ରେ କେଦାର ଙ୍କ ସ୍ତ୍ରୀ ସୁଭାଷିନୀ ମହାନ୍ତି ଚାନ୍ଦୋଳ ଫାଣ୍ଡି ରେ ସଂଗୀନ ଅଭିଯୋଗ କରିଛନ୍ତି. ଅମୁଲ୍ୟ ତ୍ରିପାଠୀ କେଦାର ଙ୍କୁ ଚୋର ସଜାଇ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ତିଆରି କରି ହ୍ଵାଟ୍ସଆପ ମାଧ୍ୟମ ରେ ସମସ୍ତ ଙ୍କୁ ପଠାଇ କେଦାର  ଓ ତାଙ୍କ ପରିବାର ଲୋକ ଙ୍କୁ ବଦନାମ କରିବା ପାଇଂ କୁତ୍ସାରଟନା କରିଥିଲେ.ଶାରୀରିକ ଅକ୍ଷମ କେଦାର ଙ୍କ ନାମ ରେ ଏ ସମ୍ଭଧୀୟ ଥାନାରେ ଅଭିଯୋଗ ନଥାଇ ମଧ୍ୟ କେଦାର ଙ୍କୁ ଚୋର ବୋଲି କହି ତାଙ୍କୁ ମାନସିକ ନିର୍ଯାତନା ଦେଇ ଲୋକହସା କରାଇବାକୁ ଚେଷ୍ଟା କରିଥିଲେ. ଓ ନାନାଦି ଅପବାଦ ଦେଇଥିଲେ.

କେଦାର ନାଥ ମହାନ୍ତି ଓ ତାଙ୍କ ସ୍ତ୍ରୀ ସୁଭାଷିନୀ ମହାନ୍ତି ଅମୁଲ୍ୟ ଙ୍କ ହିନଚକ୍ରାନ୍ତ ବିରୁଧ ରେ କେନ୍ଦ୍ରାପଡ଼ା ସଦର ଥାନା ଆନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି. ପୂର୍ବରୁ ମଧ୍ୟ ଏହି ଆତ୍ମଘୋଶୀତ ନେତା ଅମୁଲ୍ୟ ନିଜ ପଂଚାୟତ ସମେତ ଆଖପାଖ ଅଞ୍ଚଳ ର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ  ଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଖରାପ ଓ ମିଥ୍ୟା ମନ୍ତବ୍ୟ ଦେଇ ବଦନାମ କରନ୍ତି. କେବଳ ସେତିକି ନୁହଁ ଓଡିଶା ର ମୁଖ୍ୟମନ୍ତ୍ରୀ, ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ରାଷ୍ଟ୍ରପତି ଙ୍କ ନାମ ରେ ମଧ୍ୟ ଭିତ୍ତିହୀତ ଟିପ୍ପଣୀ କରି ସୋସିଆଲ ମିଡ଼ିଆ ଜରିଆରେ ସେମାନଙ୍କୁ ବଦନାମ କରନ୍ତି. ପୂର୍ବରୁ ମଧ୍ୟ ଆତ୍ମଘୋଷିତ ନେତା ଅମୁଲ୍ୟ ତ୍ରିପାଠୀ ନାମରେ ଥାନା ରେ ଅଭିଯୋଗ ହୋଇଥିଲା. ବାରମ୍ଭାର ବିଭିନ୍ନ ନେତା, ଓ ସାଧାରଣ ଲୋକ ଙ୍କ ନାମ ରେ ମିଥ୍ୟା ଓ ଅସିଳ ଟିପ୍ପଣୀ କରି ଷଡଯନ୍ତ୍ର କରି ସେମାନଙ୍କୁ ବଦନାମ କରୁଥିବା ଅମୁଲ୍ୟ ତ୍ରିପାଠୀ ନାମ ରେ ଥାନା ଓ ଫାଣ୍ଡି ରେ ଏକାଧିକ ଏତଲା ପରେ ଏବେ ସେ ହରଡ଼ ଘଣା ରେ ପଡିଛି.  ବର୍ତମାନ ଚାନ୍ଦୋଳ ଫାଣ୍ଡି ପୋଲିସ ଘଟଣାକୁ ଗୁରୁତର ସହ ନେଇଛନ୍ତି,କେତେବେଳେ ବି ପୋଲିସ ଅମୁଲ୍ୟ କୁ ଗିରଫ କରି ପାରନ୍ତି.ଏଭଳି ନିଚକାମ କରି ଲୋକ ଙ୍କୁ ଅତିଷ୍ଟ କରୁଥିବା ଅମୁଲ୍ୟ ତ୍ରିପାଠୀ କେବେ ଆଇନ ର ଜାଲ ରେ ବନ୍ଧା ହେବ ତାହା ସମୟ ସାପେକ୍ଷ

Reported by

(MANASI MISHRA)

Leave A Reply

Your email address will not be published.