ସୋନପୁର :- ସୋନପୁର ସଦର ବ୍ଲକ ର ମଲ୍ଲିକମୁଣ୍ଡା ଗ୍ରାମ ପଞ୍ଚାୟତ ର ସାଗରପାଲି,ମେଦିନୀପାଲି,ଗାଁ ରେ, ହରଡ଼ଖୋଲ ଗ୍ରାମ ପଞ୍ଚାୟତ ର ହରଡ଼ଖୋଲ, ନର୍ସିଂଗଡ଼ ଓ ବିଶିମୁଣ୍ଡା ପଂଚାୟତ ର ଗଇଲବେଣ୍ଣା, ଓ ବିଶିମୁଣ୍ଡା ଗ୍ରାମରେ ଦେଶୀ ମଦର ବନ୍ୟା ଗାଁର ବିଭିନ୍ନ ଛକରେ ଦେଶୀ ମଦ ବିକ୍ରି କରାଯାଉଛି । ଯାହା ଫଳରେ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସାଗରପାଲି ଠାରୁ ମାତ୍ର 15 କିଲୋମିଟର ଦୂରରେ ଅବସ୍ଥିତ ସୋନପୁର ଜିଲ୍ଲା ଅବକାରୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରହିଛି । ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ସାଗରପାଲି ଗ୍ରାମ ମାତ୍ର 15 କିଲୋମିଟର କିନ୍ତୁ ସେହି ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ସୋନପୁର ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ମାନେ କୁଚିଆ ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁ ନାହାନ୍ତି ଲୋକଙ୍କମଧ୍ୟରେ ଅବକାରୀ ବିଭାଗ ଙ୍କ ଦାୟିତ୍ୱ କୁ ସନ୍ଦେହ ସୃଷ୍ଟି କରୁଛନ୍ତି। ସାଗରପାଲି ଗ୍ରାମରେ ଦେଶୀ ମଦ ର କାରବାର ଚାଲିଛି ହେଲେ ଅବକାରୀ ବିଭାଗ କୁମ୍ଭ କର୍ଣ ନିଦ୍ରାରେ ପୁରା ଚୁପ ,ଦେଶୀ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଚଢ଼ାଉ ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଣ ସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।