ବାରିପଦା,ତା ୨୭/୦୬/୨୦୨୩ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ବାରିପଦା ସହର ବାଘଡାରୋଡ ସ୍ଥିତ ବିଦ୍ୟୁତ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷଭ ପ୍ରଦର୍ଶନ ସମୟରେ ଟାଟା ପାୱାର ର ମନମୁଖୀ କାର୍ଯ୍ୟକଳାପ, ଅଘୋଷିତ ବିଜୁଳି କାଟ, ଲୋ ଭୋଲଟେଜ, ମାତ୍ରାଧିକ ବିଜୁଳି ଦର ,ଘନ ଘନ ବିଜୁଳି କାଟ ଓ ବିଜୁଳି ବିଲ ଆଦାୟ ସମୟରେ ପାତର ଅନ୍ତର ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଳୋଗାନ ଇତ୍ୟାଦି ଦିଆଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ବିଜୁଳି ଦେୟ ବାକି ରଖିଥିବା ବ୍ଯକ୍ତି ଓ ଅନୁଷ୍ଠାନ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରି ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଟାଟା ପାୱାର ଦାଉ ସାଧୁଥିବାରୁ ଏହି ପ୍ରତିବାଦ କରାଯାଇଥିବା କଥା କହିଛି କଂଗ୍ରେସ। ତତ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କମିଟି ତରଫରୁ ଏକ ସ୍ମାରକ ପତ୍ର ଉପସ୍ଥିତ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ପ୍ରଦାନ କରିଥିଲେ।ଏହି ପ୍ରତିବାଦ ଓ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଙ୍କ ସମେତ ବାରିପଦା ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ, ପୂର୍ବତନ ଉପ ନଗରପାଳ ପ୍ରଦୀପ ମିଶ୍ର, ଉପ ସଭାପତି ଅରବିନ୍ଦ ଦାସ, ପିସିସି ସଭ୍ଯ ଯୋଗେଶ ଅଗ୍ରୱାଲ,ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ମହିଳା ଟାଉନ ସଭାପତି ଶୁଶ୍ରୀ ରଶ୍ମିତା ମିଶ୍ର, କାଉନସିଲର ପ୍ରାର୍ଥୀନୀ ଓ୍ବାହିଦା ଏହମ୍ମଦ, ଇତିଶ୍ରୀ ମିଶ୍ର, ଯୁବନେତା ବିକାଶ ମହାଭୋଇ, ଶିବାନନ୍ଦ ଦାସ, ବିପ୍ଳବ କେଶରୀ ଜେନା, ସ୍ବାଗନ ଦାସ,ମୋରଡା ବ୍ଲକ ସଭାପତି ଶେଖ ମୁସ୍ତଫା, ସୁରେନ୍ଦ୍ର ମହାନ୍ତ, ସତ୍ୟକାମ ସେନାପତି,ନିର୍ମଳ ପ୍ରଧାନ,ବୁଧୁରାମ ସିଂ, ସରୋଜିନୀ ସିଂ, ହରିଶଙ୍କର ଦାସ, ପ୍ରିତିପ୍ରଭା ବେହେରା,ବାଦଲ ହେମ୍ବ୍ରମ,ସ୍ବରାଜ ମଲ୍ଲିକ, ଶୁଭମ୍ ସେଠୀ ,ସତ୍ଯବାନ ବୈଠା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।