କେନ୍ଦ୍ରାପଡ଼ା(ନି. ପ୍ର ): ପରକ୍ରିୟା ପ୍ରୀତି ପାଇଂ ସ୍ୱାମୀ କୁ ପରକରୀ ପଡିସା ଘର ବ୍ୟକ୍ତି ସାଙ୍ଗରେ ଫେରାର ହେଲା ସ୍ତ୍ରୀ. କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଥାନା ଅନ୍ତର୍ଗତ ଭଗବାନ ପୁର ଗ୍ରାମ ର ପ୍ରଭାସ ମଲ୍ଲିକ ଓ ପ୍ରିୟଙ୍କା ମଲିକ ସତର ବର୍ଷ ତଳେ ବିବାହ କରିଥିଲେ. ପାରିବାରିକ ସମ୍ପର୍କ ବେଶ ଭଲ ଥିଲା. ସେମାନଙ୍କର ୨ ଟି ସନ୍ତାନ ସନ୍ତତି ଅଛନ୍ତି.କିନ୍ତୁ ବିବାହ ର ଦୀର୍ଘ ବର୍ଷ ପରେ ସ୍ତ୍ରୀ ପ୍ରିୟଙ୍କା ପଢ଼ୋଶୀ ଘର ର ବ୍ୟକ୍ତି କାନନ ମଲ୍କିକ ଙ୍କୁ ପ୍ରେମ କରି ବସିଲେ.ଦୁହିଁଙ୍କ ପ୍ରେମ ଏତେ ନିବିଡ଼ ହେଲା ଯେ ସ୍ୱାମୀ ପ୍ରଭାସ ଘରେ ନଥିବା ବେଳେ କାନନ ମଲିକ ପ୍ରଭାଷ ଙ୍କ ସ୍ତ୍ରୀ ଓ ବାର ବର୍ଷୀୟ ଝିଅ କୁ ନେଇ ଗୋଆ ଚାଲି ଯାଇଛନ୍ତି. ପୂର୍ବରୁ ମଧ୍ୟ ସ୍ୱାମୀ ପ୍ରଭାସ ମଲିକ କାନନ ମଲିକଙ୍କୁ ନିଜ ଘରେ ପଶିବା ଦେଖି କାନନ କୁ ଅଟକାଇ ବାନ୍ଧି ପକାଇ ଥିଲେ. ଗାଁ ଭଦ୍ର ଲୋକ ବସି ଘଟଣାକୁ ମୀମାଂସା କରିବା ସହ କାନନ ଆଉ ଏମିତି କରିବନାହିଁ ବୋଲି ଲେଖା ପଢା କରିଥିଲା.କିନ୍ତୁ ପରାକ୍ରିୟା ପ୍ରୀତି ରେ ମାତି କାନନ ବାରମ୍ବାର ସବୁ ସୀମା ଉଲଂଘନ କରୁଥିଲା. ବାଧ୍ୟ ହୋଇ ପ୍ରଭାସ ପୂର୍ବରୁ ପାଟକୁରା ଥାନା ଓ କୁଦାନଗରୀ ଥାନା ରେ କାନନ ନାମ ରେ ଏକାଧିକ ଅଭିଯୋଗ କରିଥିଲେ. ତଥାପି ପରପୁରୁଷ କାନନ ମଲିକ ସବୁ ସୀମା ଉଲଂଘନ କରି ପ୍ରଭାସ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଓ 12 ବର୍ଷୀୟା ଝିଅ କୁ ନେଇ ପଳାଇଥିଲା.
Reported by
(MANASI MISHRA)