ଖବର ଆଜିର….ତାରିଖ ୦୧/୦୭/୨୦୨୩ ଶନିବାର ।
ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ, ଚଣ୍ଡୀ-ଚାମୁଣ୍ଡାମାନେ ହେଲେ ପ୍ରୀତ ।
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ଜାରି ।
ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଠାରୁ ସିଜ୍ ହୋଇଥିବା ସମ୍ପତ୍ତିରେ ଘର ତିଆରି କରି ଗରିବଙ୍କୁ ବାଣ୍ଟିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ।
ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନରେ ନେଲେଣି ୯ ଜୀବନ ।
ସମାନ ନାଗରିକ ସଂହିତାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ବହୁମତରୁ ଦୂରରେ ଥିବାରୁ ରାଜ୍ୟସଭାରେ ବିଲ୍ ପାସ୍ ହେବା ନେଇ ଉଠିଲା ପ୍ରଶ୍ନ ।
ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ଡାକିଲେ ମନ୍ତ୍ରୀ ପରିଷଦ ବୈଠକ । ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଠାକୁରମାହାଲ ପୂର୍ଣାଙ୍ଗ ଟ୍ରଷ୍ଟବୋର୍ଡ ଗଠିତ; ପୁଣି ସଦସ୍ୟ ହେଲେ ନୀଳଗିରି ବିଧାୟକ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା, ୱାଗନେର ବିଦ୍ରୋହ ଏବଂ ୟୁକ୍ରେନ ସଂଘର୍ଷ ଉପରେ କଲେ ଚର୍ଚ୍ଚା
‘ଯବାନ’ର ମ୍ୟୁଜିକ ରାଇଟ୍ସ ପାଇଁ ହେଲା ୩୬ କୋଟିର ଡିଲ, ଭାଙ୍ଗିଲା ସବୁ ରେକର୍ଡ ।
କଲମା ବ୍ୟାରେଜ ଖୋଲିଲା ଛଡିଶଗଡ଼: ହୀରାକୁଦରେ ବଢୁଛି ଜଳସ୍ତର ।
ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ ।
ଦିଲ୍ଲୀରେ ଅଧିକାରୀ ନିଯୁକ୍ତି ଓ ବଦଳି ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍ ।
ମୌସୁମୀ ଅଧିବେଶନରେ ଆଗତ ହେବ ୟୁସିସି ବିଲ୍ ।
୫୦ଂରେ ଜଳୁଛି ମେକ୍ସିକୋ: ଶତାଧିକ ମୃତ ।
ଦେଶରେ ହେବ କାର୍ କ୍ରାସ୍ ଟେଷ୍ଟ୍: ଅକ୍ଟୋବରରୁ ନିଜସ୍ବ ରେଟିଂ ବ୍ୟବସ୍ଥା
‘ମହାରାଜା’ ମାସ୍କଟ୍ ଯୁଗ ଶେଷ ହେବ: ୧୯୪୬ରୁ ଏୟାର ଇଣ୍ଡିଆ ସହ ଜଡ଼ିତ।
ମଣିପୁର ରିଲିଫ୍ ଶିବିର ବୁଲିଲେ ରାହୁଲ: ରାଜ୍ୟପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ।
UNSCରେ ଭାରତର ସ୍ଥାୟୀ ସଦସ୍ୟତା ଦାବି, ସମର୍ଥନ କଲେ ବ୍ରିଟେନ ମନ୍ତ୍ରୀ ।
ବିଶ୍ବର ପ୍ରଥମ ଉଡ଼ନ୍ତା କାରକୁ ଆମେରିକା ସରକାରଙ୍କ ଅନୁମତି, ଥରେ ଚାର୍ଜ କଲେ ଉଡ଼ିପାରିବ ୧୭୭ କିମି ।
ଉତ୍ତରଖାଣ୍ଡରେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ୟୁନିଫର୍ମ ସିଭିଲ କୋଡ଼ ନିୟମ: ପୁଷ୍କର ସିଂହ ଧାମୀ ।
ଭାରତ ଏସିଆନ କବାଡ଼ି ଚାମ୍ପିୟନ ୨୦୨୩ରେ ଇତିହାସ ରଚିଛି । ଦକ୍ଷିଣ କୋରିଆର ବୁସାନାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ସହଜରେ ପରାସ୍ତ କରିଥିଲା ।
ଶୀର୍ଷ ପଦରେ ଆଉ ଜଣେ ଓଡ଼ିଆ : ଅଭୟ ହୋତା ଫେଡେରାଲ ବ୍ୟାଙ୍କର ଅଧ୍ୟକ୍ଷ ନିଯୁକ୍ତ ।
ସୁପ୍ରଭାତ ,ଶୁଭ ସକାଳ ।