ଅସ୍ତରଙ୍ଗ (୦୨/୦୭) କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବା ଯାଉଛି | ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଦଳକୁ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି |ଦୁଇ ଯୁବ ନେତାଙ୍କ ସହିତ ବ୍ଲକ ସଭାପତି କେଦାରନାଥ ବିଶ୍ୱାଳ, ବରିଷ୍ଠ ନେତା ପଞ୍ଚାନନ ସ୍ୱାଇଁ, ବରିଷ୍ଠ ନେତା କୁଞ୍ଜବିହାରୀ ପ୍ରଧାନ ୨ଜିଲ୍ଲା ପରିଷଦ ସଭ୍ୟା ସ୍ୱରସ୍ୱତୀ ସ୍ୱାଇଁ, ବନିତା ବେହେରା ଓ ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନତୀ ବସ୍ତିଆ, ସୁଷମା ଜେନା ପ୍ରମୁଖ ବିଭିନ୍ନ ପଂଚାୟତ ଗ୍ରସ୍ତ କରି ଦଳର ସ୍ଥିତି ମଜଭୂତ କରୁଥିବାର ଦେଖୁବାକୁ ମିଳୁଛି |ଶୁକ୍ରବାର ଦିନ ଆଳସାହି ପଂଚାୟତ ଅଧିନସ୍ଥ ପାଟସୁନ୍ଦରପୁର ଗ୍ରାମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା | ଅନୁଷ୍ଠିତ ପର୍ବରେ ମନ୍ତ୍ରୀ, ଉପାଧ୍ୟକ୍ଷ , ସ୍ଥାନୀୟ ସରପଞ୍ଚ ଶ୍ରୀୟା ବରାଳ , ସମିତି ସଭ୍ୟା ଟିକିନା ଜେନା ଙ୍କ ଉପସ୍ଥିତରେ ବିଜେପି ଓ କଂଗ୍ରେସର ବାବାଜୀ ସେନାପତି, ଜଳନ୍ଧର ବେହେରା, କବିରାଜ ବେହେରା, ଶୁକ୍ଳ ବେହେରା, କାଁହୁ ଚରଣ ବେହେରା, ଚୁଇଁନା ବେହେରା, ଲିଙ୍ଗା ବେହେରା, ଶଙ୍କର ବେହେରା, ମାଗୁ ବେହେରା, ଉଦିଆ ସେନାପତି, ପବିତ୍ର ବେହେରା, ଈଶ୍ୱର ବେହେରାଙ୍କ ସମେତ ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ଦଳରେ ମିଶିଥିଲେ |ସାଧାରଣ ନିର୍ବାଚନ ପୂର୍ବରୁ ଅସ୍ତରଙ୍ଗ ବ୍ଲକ ର ୧୫ ପଂଚାୟତରେ ବିଜେପି, କଂଗ୍ରେସ ଓ ମିଳିତ ମଞ୍ଚର ହଜାର ହଜାର କର୍ମୀ ଯୋଗ ଦେବେ ବୋଲି ମନ୍ତ୍ରୀ ଓ ଉପାଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |