ଅସ୍ତରଙ୍ଗ ବ୍ଲକରେ ପ୍ରଥମ ସାଙ୍ଗଠନିକ ବୈଠକ

ଅସ୍ତରଙ୍ଗ ୦୧/୦୭/ ଅସ୍ତରଙ୍ଗ ବ୍ଲକରେ ବିଜେଡି ଦଳ ପକ୍ଷରୁ ଶିଶୁଅ ପଞ୍ଚାୟତର କେଉଟଜଙ୍ଗା ଠାରେ ଚଳିତ ବର୍ଷର ପ୍ରଥମ ସାଙ୍ଗଠନିକ ବୈଠକ ବିଜେଡି ରାଜ୍ୟ ସମ୍ପାଦକ ସ୍ୱାଧୀନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯେପରି ଦୃଢ ଭାବେ ସଂଗଠିତ ହୋଇ ରହିବା ସହ ବିଜେପି ଓ କଂଗ୍ରେସକୁ ଦଳ ଠାରୁ ଦୂରେଇ ରଖାଯାଇ ପାରିବ ସେଥିପାଇଁ ବିଭିନ୍ନ ଖସଡ଼ା ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ସୂଚନା ଦେଇଥିଲେ।ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ଅସ୍ତରଙ୍ଗ ବ୍ଲକରେ ସାଙ୍ଗଠନିକ ତଥା ସମୀକ୍ଷା ବୈଠକ ଆରମ୍ଭ ହୋଇଥିବା ନେଇ ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳ ବୈଠକରେ ମତବ୍ୟକ୍ତ କରିଥିଲେ। ଦଳକୁ ପ୍ରତ୍ୟେକ ସ୍ତରରେ ମଜଭୁତ କରିବା ସହିତ ବୁଥ ସ୍ତରରେ ୱାର୍ଡକୁ ପୂର୍ବ ନିର୍ବାଚନ ପରି ବଜାୟ ରଖିବା ପାଇଁ ବୁଥ କମିଟ ସଦସ୍ୟ ପ୍ରମୁଖ ମାନଙ୍କୁ ରାଜ୍ୟ ସମ୍ପାଦକ ଶ୍ରୀ ନାୟକ ପରାମର୍ଶ ଦେବା ସହିତ କାର୍ଯ୍ୟ ଧାରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପଞ୍ଚାୟତ ସଭାପତି ମାନଙ୍କୁ ପରାମର୍ଶ ଦେଇଥିଲେ।ଦଳର ଭୁଲ ଭଟକାକୁ ପ୍ରଥମେ ସୁଧାରିବା ପାଇଁ ଚେଷ୍ଟା କରିବାକୁ ପ୍ରଥମେ ପ୍ରୟାସ କରିବା ପାଇଁ ବରିଷ୍ଠ ନେତା ପଞ୍ଚାନନ ସ୍ଵାଇଁ, କୁଞ୍ଜ ବିହାରୀ ପ୍ରଧାନ, ପୁରନ୍ଦର ବିଶ୍ଵାଳ, ଯୁବ ନେତା ଋତୁରାଜ ରାଉତ, ପ୍ରଶାନ୍ତ ବସ୍ତିଆ ପ୍ରମୁଖ ପ୍ରସ୍ତାବ ଆଗତ କରିଥିଲେ।ପ୍ରଥମେ ଘର ଠିକି କରି ତାପରେ  ଦଳ ଠିକି କରିବା ପାଇଁ ମହିଳା ନେତୃତ୍ୱ ମାନେ ମତ ରଖିଥିଲେ।ବହୁବିଧ୍ୟ ଦଳୀୟ ସମସ୍ୟା ଉପରେ ବିସ୍ତୁତ୍ୱ ଭାବେ ଆଲୋଚନା କରାଯାଇ ସମାଧାନ କରିବା ଦିଗରେ ସମସ୍ତ ନେତା ଓ କର୍ମୀ ମାନେ ଆଗ୍ରହ ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ନିବେଦନ କରିଥିଲେ।ଗତ ସାଧାରଣ ନିର୍ବାଚନରେ ଯେମିତି ସଂଘଵଧ ହୋଇ କାର୍ଯ୍ୟ କରି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଇଥିଲେ ଆଗାମୀ ନିର୍ବାଚନରେ ଦଳ ପାଇଁ ଐକ୍ୟ ଭାବେ କାର୍ଯ୍ୟ କରି ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଆହ୍ୱାନ ଦେଇଥିଲେ।ପର୍ଯ୍ୟାୟ କ୍ରମେ ୧୫ ପଞ୍ଚାୟତ ରେ ସମୀକ୍ଷା ବୈଠକ କରାଯାଇ ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ବ୍ଳକ ସଭାପତି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜ୍ୟୋଷ୍ଣା ରାଣୀ ପରିଡା, ସମିତି ସଭ୍ୟା ଆରତୀ କାଣ୍ଡି ,ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ ଓ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ମିନତୀ ବସ୍ତିଆଙ୍କ ସମେତ ୫ ଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.