“ମନୁଷ୍ୟ ଗଢ଼ିବା କାରଖାନାର ଦୟନୀୟ ଅବସ୍ଥା”

କଣ୍ଟାବାଞ୍ଜି ୨/୭ ବଲାଙ୍ଗିର ଜିଲ୍ଲାରେ ଶିକ୍ଷା ବିଭାଗର ଅଧିକାରୀ ମାନେ ଖଣ୍ଡାର ଧାରରେ ନିଜର କର୍ତ୍ତବ୍ଯ ତୁଲାଉଛନ୍ତି ହେଲେ ପ୍ରଶାସନ ପକ୍ଷରୁ ଏସବୁର ଅଣଦେଖା କରୁଥିବା ଅଭିଯୋଗ ଆସିଛି, ଯେଉଁ କାର୍ଯ୍ୟାଳୟରେ ମଣିଷ୍ୟ ଗଢ଼ିବାର କାର୍ଯ୍ୟ କରାଯାଏ ସେହି କାର୍ଯ୍ୟାଳୟର ଅଧିକାରୀ ଜୀବନକୁ ବାଜି ଲଗାଇ ଡ୍ୟୁଟି କରୁଛନ୍ତି ତେବେ ସେହି କାର୍ଯ୍ୟାଳୟରେ କେମିତିକା ମଣିଷ ଗଢ଼ା ହୋଇପାରିବ..? ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ, ସୂଚନା ଯୋଗ୍ୟ ଯେ ଉକ୍ତ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଶ୍ରୀ ଶାନ୍ତନୁ ପରିହାରି ଯୋଗ ଦେଇଥିବାରୁ ଆମ ପ୍ରତିନିଧି ସାକ୍ଷାତ କରିବାକୁ ଯାଇଥିବାରୁ ଏହି ସମସ୍ୟା ଦେଖିବାକୁ ମିଳିଥିଲା ଯେ ଛାତ ଭାଙ୍ଗି ଭାଙ୍ଗି ତଳେ ପଡ଼ୁଛି, କେତେବେଳେ କାହାର ବେଳା ଖରାପ ଥିଲେ ଜୀବନ ଯିବାର ସମ୍ଭାବନା ରହିଛି8, ବଲାଙ୍ଗିର ଜିଲ୍ଲାପାଳ. ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା ଅଣଦେଖା କରୁଥିବା କାରଣରୁ ଆଜି ଯାଏ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିଛି, ବ୍ଲକ ଶିକ୍ଷା ଅଧିକାରୀ ଯେଉଁ ଠାରେ ବସିଛନ୍ତି ସେହି ଉପରେ ଛାତ ବଡ଼ ବଡ଼ ଆଁ ଆଁ କରି ରହିଛି କେତେ ବେଳେ ଆକ୍ରମଣ କରିବି ବୋଲି, ସ୍ଥାନୀୟ ଚେୟାରମ୍ଯାନ ହୁଅନ୍ତୁ ବା ବିଧାୟକ ଏସବୁ ଶିକ୍ଷା ଉପରେ ତାଙ୍କର କୌଣସି ସମ୍ପର୍କ ନଥିଲା ଭଲି ଚୁପ୍ ଚାପ୍ ରହିଛନ୍ତି, କେଜାଣି କେବେ ତାଙ୍କର ଦୃଷ୍ଟି ପଡ଼ିବ ଏହି କାର୍ଯ୍ୟାଳୟକୁ ପଡ଼ିବ ନା ନାହିଁ ବା ସବୁ ଜାଣିଶୁଣି ଅଜଣା ରହୁଛନ୍ତି ଯେ ଏହି ଖବର ପ୍ରକାଶ ପାଇବା ପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.