ବର୍ଷା ମାସରେ ବି ଜଳ ସଂଙ୍କଟ

କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ମାହାର ପଡ଼ା ବାସିନ୍ଦା ଜଳ ସଂଙ୍କଟ ଅଭିଯୋଗ କରି ନିର୍ବାଚିତ ସମିତି ସଭ୍ୟ ଚକ୍ର ହେର୍ଣ୍ଣାଙ୍କୁ ବାରମ୍ବାର ଅଭିଯୋଗ କରି ବରୁ ସମିତି ସଭ୍ୟ ଚକ୍ର ହେର୍ଣ୍ଣା ଅନେକ ଥର ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ, ଜଳ ଯୋଗାଣ ଅଧିକାରୀ ଜଣକ ଆଜି ଆଜି କାଲି କାଲି ବୋଲି ଦିନ ଗୋଡ଼ାଇ ଚାଲିଥିଲେ, ଫଳାରେ ମାହାର ପଡ଼ା ବାସିନ୍ଦା ମହିଳା ମାନେ ଶନିବାର ସମିତି ସଭ୍ୟ ଚକ୍ର ହେର୍ଣ୍ଣାଙ୍କ ପ୍ରତିନିଧିତ୍ବରେ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଥିଲେ, ତଥା ଏକ ସ୍ମରଣୀୟ ପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣ୍ଣାନନ୍ଦ ପୁଟେଲଙ୍କୁ ପ୍ରଦାନ କରିଛନ୍ତି, ଏଥିରେ ସମିତି ସଭ୍ୟ ଚକ୍ର ହେର୍ଣ୍ଣା. ତପସ୍ଵିନୀ ବାଗ. ପ୍ରିୟା କୁମ୍ଭାର. ସରିତା କୁମ୍ଭାର. ରିତୁ ସିମରିୟା. କସ୍ତୁରୀ ନାଗ. ବାସନ୍ତୀ ଠାକୁର. ଦେବନ୍ତି ସୁନା. କୁମ ତଉଲିଆ. ଭୁଲା ତଉଲିଆ. ଜଗନ୍ନାଥ ମାହାର. ପ୍ରିୟା ସୁନାନୀ. ରୀତା ସିନ୍ଧିରିଆ. ରଞ୍ଜିତା ସେଠ. ଶୁଆଦେଇ ବାଗ. ଲକ୍ଷ୍ମୀ ବନଛୋର. ପ୍ରଭାସିନୀ ସେଠ. ଦେବକୀ ତରିଆ. ମାଧୁରୀ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପୂର୍ଣ୍ଣାନନ୍ଦ ପୁଟେଲ କହିଛନ୍ତି ଯେ ଉକ୍ତ ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ, କିଛି ଦିନ ପାଇଁ ଟ୍ରାଏଲ ପାଇଁ ପାଣି ଦିଆଯାଉଥିଲା ଓ ବର୍ତ୍ତମାନ ଜଳ ସଂଙ୍କଟକୁ ପ୍ରଧାନତଃ ଦେଇ ଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ବାକି ରହିଲା ଯେ ଜଳ ଅତି ଜରୁରୀ କାରଣ ଜଳ ହିଁ ଜୀବନ କେତେ ଶୀଘ୍ର ଜଳ ଯୋଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.