ସମୁଦ୍ରକୁ ଜଳ ବିଶୋଧନ କରି ଛାଡ

ଭୁବନେଶ୍ୱର : ସମୁଦ୍ରକୁ ଛାଡୁଥିବା ଜଳକୁ ବିଶୋଧନ ପାଇଁ ଓଡିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟର ୯ଟି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବୋର୍ଡ ଓ କମିଟି ଥିବା ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର, ଡାମନ, ଡିଉ ଓ ନଗର ହାବେଳି, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ଲକ୍ଷାଦ୍ୱୀପ, ମହାରାଷ୍ଟ୍ର, ପଣ୍ଡିଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ।

ନିକଟରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାତୀୟ ଜଳ ଗୁଣମାନ ନିରୀକ୍ଷଣ କାର୍ଯ୍ୟକ୍ରମରେ ଉପକୂଳରେ ଥିବା ୧୯୪ଟି ସ୍ଥାନରେ ସମୁଦ୍ରଜଳର ମାନ ପରୀକ୍ଷା କରିଥିଲା । ଏଥି ମଧ୍ୟରେ ଓଡିଶାର ସର୍ବାଧିକ ୯୦ଟି ସ୍ଥାନ ରହିଥିଲା । ଉପକୂଳ ଜଳ ମାନ ପରୀକ୍ଷଣ ପାଇଁ ୫୦ଟି ସ୍ଥାନରେ ଗଷେଣା ସୁବିଧା ଥିବା ଦୁଇଟି ଜାହାଜ ସାଗର ତାରା ଓ ସାଗର ଅନ୍ୱେଷିକାର ସହାୟତା ନିଆଯାଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ନିୟମିତ ଭାବେ ଏହି ନିରୀକ୍ଷଣ କରାଯାଇଥାଏ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଥିଲା ଉପକୂଳରେ ଥିବା ସହରାଞ୍ଚଳ ଓ ଶିଳ୍ପସଂସ୍ଥାରୁ ନିୟମିତ ଭାବେ ବହୁ ସ୍ଥାନରେ ବର୍ଜଜଳକୁ ବିଶୋଧନ ନକରି ସିଧାସଳଖ ଭାବେ ସମୁଦ୍ରକୁ ଛାଡି ଦିଆଯାଉଛି । କେଉଁଠି ଖୋଲାଖୋଲି ଭାବେ ସମୁଦ୍ରକୁ ଯାଉଥିବାବେଳେ ଆଉ କେତେକ ସ୍ଥାନରେ ପାଇପ୍‍ ଯୋଗେ ଏହାକୁ ସମୁଦ୍ରକୁ ଛାଡି ଦେଉଛନ୍ତି ।
ତେଣୁ ଏହି ଦୂଷିତ ବର୍ଜ୍ୟଜଳକୁ ବିଶୋଧନାଗାରରେ ଶୋଧନ କରି ପାଇପ୍‍ ଯୋଗେ ସମୁଦ୍ରକୁ ଛାଡିବାକୁ କୁହାଯାଇଛି ।

ଏଥି ସହିତ ପ୍ଲାଷ୍ଟିକ ଯୋଗେ ହେଉଥିବା ପ୍ରଦୂଷଣକୁ ରୋକିବାକୁ ମଧ୍ୟ ପରାମର୍ଶ ଦିଆଯାିଛି । ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଅଧିôନିୟମ ୨୦୧୬ ରେ ହୋଇଥିବା ସଂଶୋଧନ ଅନୁଯାୟୀ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ଢାଞ୍ଚା ପ୍ରସ୍ତୁତ ହୋଇଛି । ତେବେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ୨୦୨୨ ଜୁଲାଇ ୧ତାରିଖରୁ କଟକଣା ଲାଗୁ ହୋଇଛି । ଏହି କଟକଣା ଦ୍ୱାରା ଏକକ ବ୍ୟବହୃତ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ମହଜୁଦ, ବିତରଣ ବିକ୍ରି ଏବଂ ୭୫ ମାଇକ୍ରନରୁ କମ୍‍ ମାନର ପ୍ଲାଷ୍ଟିକ ମୁଣା ବ୍ୟବହାରକୁ ୨୦୨୧ ସେପ୍ଟେମ୍ବରରୁ ନିଷିଦ୍ଧ କରାଯାଇଛି । ତେବେ ଗତବର୍ଷ ଡିସେମ୍ବରରୁ ଲାଗୁ ହୋଇଥିବା କଟକଣା ଏହି ମାନକୁ ୧୦୦ ମାଇକ୍ରନକୁ ବୃଦ୍ଧି କରାଯାଇଛି । ସେହିଭଳି ପ୍ୟାକେଜିଂରେ ପୁନଃ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଓଡିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟରେ ସମୁଦ୍ରଜଳ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଏବଂ ଏହା ସାଧାରଣତଃ ସହରାଞ୍ଚଳ ଓ ଶିଳ୍ପର ବର୍ଜ୍ୟଜଳ ଏବଂ ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷିତ ହେଉଥିବାରୁ କେନ୍ଦ୍ରୀୟ ଆଇନ୍‍ରେ ବ୍ୟବସ୍ଥା ଏଠାରେ କଡାକଡି ଲାଗୁ ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ବୋର୍ଡ ଓ କମିଟିଗୁଡିକୁ କୁହାଯାଇଛି ।

Leave A Reply

Your email address will not be published.