ଖବର ଆଜିର…ତାରିଖ ୦୪/୦୭/୨୦୨୩ ମଙ୍ଗଳବାର ।

➡️୧-ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ପାଇଁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବ। ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖରୁ ଆରମ୍ଭ ହେବ l

➡️୨-ପରିତ୍ୟକ୍ତ ଅଥବା ମା ଛେଉଣ୍ଡ ଶିଶୁ ଆଉ ମା କ୍ଷୀରରୁ ବଂଚିତ ହେବେନି। ଏଣିକି ଏସ୍‌ସିବିରେ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍‌କ ବ୍ୟା‌ଙ୍କ l

➡️୩-ଦିଲ୍ଲୀ ସର୍ଭିସେସ୍‌ ଅଧ୍ୟାଦେଶକୁ ନେଇ ଆଜି ହେବ ସୁପ୍ରିମକୋର୍ଟଙ୍କ ଶୁଣାଣି l

➡️୪-ଶିମିଳିପାଳରେ ବନ୍ଧୁକ କାରଖାନା : ୨ ବନ୍ଧୁକ ସହ ଜଣକୁ ବାନ୍ଧିଲା ପୋଲିସ; ଚଢଉ ବେଳେ ମିଳିଲା ୧୧୦ ବଜ୍ରକାପ୍ତା କାତି l

➡️୫-ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବ l

➡️୬-କର୍ଣ୍ଣାଟକର ରାୟଚୁର୍ ଜିଲ୍ଲା ଅପ୍ନାପାଡୋଡ୍ଡି ଗାଁରେ ଏକ ସରକାରୀ ସ୍କୁଲ୍‌ରେ ମଲା ଝିଟିପିଟି ପଡ଼ିଥିବା ମଧ୍ୟାହ୍ନ ଭୋଜନ ଖାଇ ୧୨୩ ଛାତ୍ର ହେଲେ ଅସୁସ୍ଥ l

➡️୭-ମୁଜାଫରପୁର-ହାଜିପୁର ରେ ଭଙ୍ଗା ଚକ ସହ ୧୦କିଲୋମିଟର ଦୌଡ଼ିଲା ଟ୍ରେନ୍, ଶବ୍ଦ‌‌ରେ ପରିବର୍ତ୍ତନ ଜାଣିପାରି ଟ୍ରେନ ଚେନ ଟାଣି ଟ୍ରେନ ଅଟକାଇବାସହ ଶହ-ଶହ ଲୋକଙ୍କ ଜୀବନ ବଞ୍ଚାଇଲେ ଯାତ୍ରୀ l

➡️୮-ଶିମିଳିପାଳ ବନ୍ୟଜନ୍ତୁ ଶିକାରୀଙ୍କୁ ହେଲା ଚେତାବନୀ, ଜୁଲାଇ ୩୦ ସୁଦ୍ଧା ଆତ୍ମସମର୍ପଣ ନ କଲେ ହେବ କାର୍ଯ୍ୟାନୁଷ୍ଠାନ ।

➡️୯-ଦୁନିଆର ସବୁଠୁ ଶସ୍ତା 4G ଫୋନ: ୯୯୯ ଟଙ୍କାରେ Jio Bharat V2 ଲଞ୍ଚ କଲା ଜିଓ l ଜୁଲାଇ ୭ରେ ଆସିବ ଜିଓ ଭାରତ ଫୋନ୍‌ l ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ।

➡️୧୦-ସମରେଶ ରାଉତରାୟଙ୍କ ପ୍ରସ୍ତୁତି, ଏସ ଥ୍ରୀ ମୁଭିଜ ପ୍ରଯୋଜିତ ଏବଂ ରିସା ଫିଲ୍ମସ ସହଯୋଗୀତାରେ ନିର୍ମିତ ହୋଇଥିବା ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ‘ନିୟତି’ର ହେଲା ଟ୍ରେଲର ଏବଂ ଅଡିଓ ଲୋକାର୍ପଣ l

➡️୧୧-କଟକ ବଡ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ, ଏକ ବିଶ୍ୱସ୍ତରୀୟ ଅନୁୂଷ୍ଠାନ ଭାବରେ ବିକଶିତ କରିବା ପାଇଁ, ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାରିବାକୁ ଦେଲେ ନିର୍ଦ୍ଦେଶ l

➡️୧୨-ଜମି ଦେଇ ରେଲୱେରେ ଚାକିରି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଖଲ ହେଲା ଚାର୍ଜସିଟ l

➡️୧୩-ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗରେ ଥିବା ପ୍ରଫେସର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ମିଳିଲା ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ l

➡️୧୪-ରିଲାଏନ୍ସ ଏଡିଏ ଗ୍ରୁପ୍ ଅଧ୍ୟକ୍ଷ ତଥା ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନୀଲ ଅମ୍ବାନୀ ସୋମବାର ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହେଲେହାଜର l

➡️୧୫-ଋଣରେ ବୁଡ଼ିଥିବା ସରକାରୀ କମ୍ପାନି ପବନ ହଂସକୁ ଝଟକା। ବନ୍ଦ ହେଲା ଘରୋଇକରଣ ଯୋଜନା। ପବନ ହଂସକୁ ବିକ୍ରି କରିବାର ଚତୁର୍ଥ ପ୍ରୟାସ ବିଫଳ ହେବା ପରେ ଏବେ ସଂପୂର୍ଣ୍ଣ ବିକ୍ରି ଯୋଜନାକୁ କରାଗଲାରଦ୍ଦ l

➡️୧୬-ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ l

➡️୧୭-ଆମେରିକା ଫିଲାଡେଲଫିଆରେ ଗୁଳିକାଣ୍ଡ; ୮ ମୃତ l ହ୍ୟାଣ୍ଡଗନ୍, ରାଇଫଲ୍ ସହ ଦୁର୍ବୃତ୍ତର ଗୁଳିମାଡ଼ l

➡️୧୮-ନୂଆ ନୂଆ ପ୍ରଯୁକ୍ତିର ପ୍ରୟୋଗ ସହିତ ଭାରତ ୬ଜି ମେଣ୍ଟର ଶୁଭାରମ୍ଭ କଲା ଦୂରସଞ୍ଚାର ବିଭାଗ l

➡️୧୯-ସାଫ୍‌ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଘରୋଇ ଭାରତ ଓ କୁଏତ୍‌ ମଧ୍ୟରେ ଆଜି ଖେଳାଯିବ l

➡️୨୦-ରାଉରକେଲାରେ ଚାଲିଥିବା ଜାତୀୟ କନିଷ୍ଟ ବାଳିକା ହକି ରେ କ୍ବାର୍ଟରଫାଇନାଲରେ ପହଁଚିଲା ଓଡ଼ିଶା ଦଳ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

Leave A Reply

Your email address will not be published.