ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି;୨୭ ଯାଏ ଗିରଫ କରିପାରିବନି ପୁଲିସ୍‌

ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ଗିରଫ ପାଇଁ ତଳକୋର୍ଟରେ ଜାରି କରିଥିବା NBW ଉପରେ ରୋକ ଲଗାଇଛନ୍ତି। NBW କାର୍ଯ୍ୟକାରୀ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

ତିନି ଦିନ ତଳେ ବିଦ୍ୟାଭାରତୀ ପଣ୍ଡା , DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ବିଦ୍ୟାଭାରତୀଙ୍କ ପତ୍ତା ମିଳୁନି। ବିଦ୍ୟାଭାରତୀଙ୍କୁ ଖୋଜିବା ପାଇଁ ପୁଲିସ୍‌ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସ୍ଥିତ ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲା। ସେପଟେ ବିଦ୍ୟାଭାରତୀ ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିବା ବୈଶିଙ୍ଗ ନଡ଼ପୁର ସ୍ଥିତ ଅଫିସକୁ ପୁଲିସ ଯାଇଥିଲା। ସେଠାରୁ ମଧ୍ୟ ନିରାଶ ହୋଇ ଫେରିଥିଲା। ବିଦ୍ୟାଭାରତୀ ଛୁଟିରେ ଥିବା ପୁଲିସ ଜାଣିବାକୁ ପାଇଥିଲା।

Leave A Reply

Your email address will not be published.