କୂଅ ଭିତରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର 

ବୁଗୁଡ଼ା : ୦୪/୦୭/୨୩ :  ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଏକ ଘର ପଛପଟ କୂଅ ଭିତରୁ ଜନୈକା ବୃଦ୍ଧାଙ୍କ ମୃତ ଶରୀରକୁ ଦମକଳବାହିନୀ ସହାୟତାରେ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି ।ମୃତା ବୃଦ୍ଧା ଜଣକ ହେଲେ ମୋଟାବାଡ଼ି ଗ୍ରାମର କୈଳାସ ପ୍ରଧାନଙ୍କ ୭୦ ବର୍ଷୀୟା ମାଆ ମଲା ପ୍ରଧାନ । ଏ ନେଇ ପୋଲିସ ଥାନାରେ କେସ୍ ନଂ୧୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି  । ପ୍ରକାଶ ଯେ , ଦୀର୍ଘ ଦିନ ହେଲା ମାଆ ମଲା ପ୍ରଧାନ ପୁଅ କୈଳାସ ଠାରୁ ଅଲଗା ହୋଇ ରହିଆସୁଥିଲେ । ଗତ ସପ୍ତାହରୁ ମଲାଙ୍କର କୌଣସି ଖୋଜ ଖବର ନଥିଲା । ତେବେ ଗତକାଲି ଗାଁର କେହି ଜଣେ ବ୍ଯକ୍ତି ତାଙ୍କର ମର ଶରୀରକୁ କୈଳାସଙ୍କ ନୂଆଁ ଘର ପଛପଟ କୂଅ ଭିତରେ ଭାସୁଥିବାର ଦେଖିବାକୁ ପାଇଲେ । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳବାହିନୀ ସହାୟତାରେ ମଲାଙ୍କ ମୃତ ଶରୀରକୁ ଉଦ୍ଧାର କରିବା ସହ ବ୍ଯବଚ୍ଛେଦ ପାଇଁ ପଠାଇଛି । ଉକ୍ତ ମୃତ୍ୟୁ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ୍ କହିବା ସହ ତଦନ୍ତ ଜାରି ରଖିଥିବା ଜଣାଯାଇଛି  ।

Leave A Reply

Your email address will not be published.