ପରଜଙ୍ଗ ,୪/୭: ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତରେ ମନରେଗା ଯୋଜନା ବାଟମାରଣା କରି ସରକାରୀ ଅର୍ଥକୁ ଆତ୍ମସାତ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ବାର୍ଷିକ ଶହେ ଦିନ କାର୍ଯ୍ୟ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଜନାକୁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସିଂହ, ସହକାରୀ କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ପ୍ରଦୀପ୍ତ ଚିହ୍ନାରା, ସରପଞ୍ଚ ଅଜିତ କୁମାର ସାହୁ, ଗ୍ରାମ ରୋଜଗାର ସେବକ ରମେଶ କୁମାର ରାଉତ ଓ ଗାଁ ସାଥୀଙ୍କ ମଧୁଚନ୍ଦ୍ରିକାରେ ଜଟିଆ ବାବା ଠାରୁ ଖଇରାମୁଣ୍ଡା ରାସ୍ତା ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ କୁ ରାତି ଅଧରେ ଏସ୍କିଭେଟର ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ପାଖ ପୋଖରୀରୁ ବେଆଇନ ଭାବେ ମାଟି ଉତ୍ତୋଳନ କରି ରାସ୍ତା କାର୍ଯ୍ୟ କରି ବିଲ୍ ହଡ଼ପ କରୁଛନ୍ତି। ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ନେଇ ସମିତି ସଭ୍ୟା ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶ ହେଉଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କର୍ଣ୍ଣପାତ ନକରି ଯନ୍ତ୍ର ସାହାଯ୍ୟରେ ପୋଖରୀ ଖନନ ହେଉବା ରାସ୍ତା କାର୍ଯ୍ୟ କରେ ମୋଟା ଅଙ୍କର ପିସି କାରବାର କରି ସରକାରୀ ଅର୍ଥକୁ ଆତ୍ମସାତ କରୁଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧିକାରୀଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।