ଦିଗପହଣ୍ଡି ବସ ଦୁର୍ଘଟଣା; ଆଖି ବୁଜିଲେ ଶୁଭେନ୍ଦୁ

ଭଞ୍ଜନଗର,୪୦/୦୭ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଗତ ୨୫ ତାରିଖ ଦିନ ଝିଅକୁ ଛାଡି ଫେରିବା ସମୟରେ ଘଟିଥିବା ମର୍ମନ୍ତୁତ ବସ ଦୁର୍ଘଟଣାରେ ଗୁରୁତର ରହିଥିବା ଶୁଭେନ୍ଦୁ ପ୍ରଧାନଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଶୁଭେନ୍ଦୁଙ୍କ ଘର ଭଞ୍ଜନଗର ବ୍ଳକ୍ ମୁଜାଗଡ ଗ୍ରାମରେ ହୋଇଥିବା ବେଳେ ଦୁର୍ଘଟଣାରେ ଗୁରୁତର ହେବା ପରେ  ପ୍ରଥମେ ବ୍ରହ୍ମପୁର ଓ ପରେ କଟକର ଏସିବି ମେଡ଼ିକାଲ ନିଆଯାଇଥିଲା। ଏହାପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ମସ୍ତିଷ୍କ ଅସ୍ତ୍ରୋପ୍ରଚାର ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୀର୍ଘ ଦିନ ଧରି ବଞ୍ଚିବା ପାଇଁ ଜୀବନ ସହ ସଂଗ୍ରାମ କରିବା ପରେ ମଙ୍ଗଳବାର ପୂର୍ବାହ୍ନରେ ଚିକିତ୍ସତ ଅବସ୍ଥାରେ ମୃତ୍ୟୁ ଘଟିଥିବା ସଂର୍ପକୀୟ ମାନେ ସୂଚନା ଦେଇଛନ୍ତି।

  ଗତ ମାସ ୨୫ ତାରିଖ ବିଳମ୍ବିତ ରାତିରେ ବ୍ରହ୍ମପରରୁ ଖଣ୍ଡଦେଉଳି ଗ୍ରାମକୁ ଝିଅଛାଡି ଫେରୁଥିବା ଏକ ମିନି ବସକୁ ରାୟଗଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଫଳରେ ମିନି ବସଟି ଚୁରର୍ମାର୍ ହୋଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଗୁରୁତର ରହିଥିବା ଶୁଭେନ୍ଦୁ ଏକ ଘରୋଇ ହସ୍ପିଟାଲରେ ହୋଇ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ପୂର୍ବାହ୍ନ ସମୟରେ ତାଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଏହି ବସ୍ ଦୁର୍ଘଟଣାରେ ମୃତ ଶୁଭେନ୍ଦୁଙ୍କ ପତ୍ନୀ ସୁଜ୍ଞାନୀ କୁମାରୀ ପ୍ରଧାନ (୨୪) ଓ ତାଙ୍କର ୨ ବର୍ଷର ପୁଅ ଦେବା°ଶ ପ୍ରଧାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘରର ଏକମାତ୍ର ପୁଅ ଶୁଭେନ୍ଦୁଙ୍କ ମୃତ୍ୟୁ ସଂପୃକ୍ତ ପରିବାର ସମେତ ସାରା ମୁଜାଗଡ ଗ୍ରାମକୁ ସ୍ତବ୍ଧ କରି ଦେଇଛି।

Leave A Reply

Your email address will not be published.