ଖବର ଆଜିର….ତାରିଖ ୦୬/୦୭/୨୩, ଗୁରୁବାର
୧-ଆଜିଠୁ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କାଉନସିଲିଂ ପ୍ରକ୍ରିୟା।ଓଜେଇଇ ୱେବ୍ ସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ।
୨-ଆଜି ପ୍ରକାଶ ପାଇବ +୨ ମେଧା ତାଲିକା, ଗତବର୍ଷ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଟ୍ ଅଫ୍ ମାର୍କ ଅଧିକ ଥିଲା।
୩-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ,ଆଜି ୨୦ ଜିଲ୍ଲାରେ ବର୍ଷିବ। ଦେବଗଡ଼ ଓ ଢେଙ୍କାନାଳରେ ସ୍ବଭାବିକ ଠାରୁ ଅଧିକ।
୪-ଭୁବନେଶ୍ୱର:ବଢିଲାଣି ପିଆଜ ଦର,ତାଳ ଦେଉଛି ଆଳୁ।
୫-ନାଗପୁର:ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସମ୍ପର୍କରେ ଯୁବପିଢ଼ି ଜାଣିବା ଜରୁରୀ – ରାଷ୍ଟ୍ରପତି।
୬-୧୬ ନମ୍ବର ଏନ୍ଏଚ୍ରେ ସିରିଜ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍।
୭-ପାରଳାଖେମୁଣ୍ଡି:ଜାଲ ଦସ୍ତଖତରେ ୫.୨୦ ଲକ୍ଷ ଆତ୍ମସାତ୍,ପିଇଓ ଫେରାର।
୮-୫-ଟି ସଚିବଙ୍କ ହରଭଙ୍ଗା ଗସ୍ତ; ୭ଦିନ ମଧ୍ୟରେ ଘୋଷଣା ହେବ ପ୍ୟାକେଜ୍,ଚାଷ, ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୋଷ୍ଠି ସାଧନ କେନ୍ଦ୍ରକୁ ପ୍ରାଥମିକତା।
୯-ଗୁରୁଡିଝାଟିଆ:ଖୋଲିଲା ନୂଆ ସେତୁ, ଧବଳେଶ୍ଵରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ।
୧୦-DN ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ; ଏଯାବତ ନଗଦ ୩୦ କୋଟି ଜବତ।
୧୧-ଟିଟିଲାଗଡ଼ରୁ ଠାବ ହେଲେ ରାଜଧାନୀରୁ ନିଖୋଜ ଥିବା ଦୁଇ ଛାତ୍ର, ବେହୋସ କରି କିଏ ନେଇଯାଇଥିବା ନେଇ ସୂଚନା।
୧୨-ପେନସନ୍କୁ ନେଇ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଣିକି ଠିକ୍ ସମୟରେ ମିଳିବ ଦରମା।
୧୩-ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।
୧୪-ମାଲକାନଗିରି:ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ।
୧୫-ଆପୋସ ବୁଝାମଣାରେ ସମାଧାନ ହୋଇପାରିବ ମହାନଦୀ ଜଳ ବିବାଦ, ଭରଷା ଦେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ।
୧୬-ଶ୍ରୀହରିକୋଟା:ଜିଏସଏଲ୍ଭି ମାର୍କ ୩ ଉତକ୍ଷେପଣ ଯାନ ସହ ସଂଯୋଗ ହେଲା ଚନ୍ଦ୍ରଯାନ -୩।
୧୭-ମହାରାଷ୍ଟ୍ର:ତେଜିଲା ବିବାଦ, ଦଳ ଓ ଦଳୀୟ ଚିହ୍ନ ଦାବି କଲେ ଅଜିତ ପାୱାର।
୧୮-ମହାରାଷ୍ଟ୍ର ମହାନାଟକ ଭିତରେ ବିହାର ରାଜନୀତିରେ ହଲଚଲ । କର୍ଣ୍ଣାଟକରେ ବିଜେପି ଓ ଜେଡିଏସ ମେଣ୍ଟ ଉପରେ ଖୁବ ଶିଘ୍ର ବାଜିପାରେ ମୋହର।
୧୯-ଦ୍ୱିପାକ୍ଷିକ ଜାପାନ-ଭାରତ ମିଳିତ ସାମୁଦ୍ରିକ ଅଭ୍ୟାସର ସପ୍ତମ ସଂସ୍କରଣ ଆରମ୍ବ।
୨୦-ନିରନ୍ତର ବିକାଶରେ ଅନୁସନ୍ଧାନ ଏବଂ ଉଦ୍ଭାବନକୁ ଜି-୨୦ ଗୋଷ୍ଠୀର ସମର୍ଥନ।