ଗଞ୍ଜାମ ରେ ଗଜା ମରୁଡି,ପୋଡି ଗଲାଣି ତଳି

ଛତ୍ରପୁର,6/7( )- ଚଳିତ ବର୍ଷ ବର୍ଷା ଅଭାବରୁ ଗଞ୍ଜାମ ଜ଼ିଲ୍ଲା ର ଅଧିକାଂଶ ବ୍ଲକ ରେ ଧାନ ଫସଲର ଗଜା ମରୁଡ଼ି ଓ ତଳିପୋଡ଼ି ଗଲାଣି । କେତେକ ବ୍ଲକ୍‌ରେ ଧାନ ରୁଆ ହୋଇଥିବା ଜମି ମଧ୍ୟ ଫାଟି ଗଲାଣି । ଏପରି ପରିସ୍ଥିତିରେ ଧାନ ତଳି କୁ  କିପରି ବଞ୍ଚାଇବେ ସେଥିପାଇଁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏହାର ପ୍ରତିକାର ଦାବି ନେଇ  ଋଷିକୁଲ୍ୟା ରୟତ  ମହାସଭା ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୁରୁବାର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଜିଲ୍ଲାର ସମସ୍ତ ଉଠାଜଳସେଚନ ଗୁଡ଼ିକ କାର୍ଯ୍ୟକ୍ଷମ କରିବା ସଂଙ୍ଗେ ସଂଗେ  କେନାଲରେ ପାଣି ଛାଡ଼ିବା ଲାଗି ନିର୍ଦ୍ଦେଶ ଦେବା,ଚାଷୀଙ୍କ ପାଖରେ ଆଉ ବିହନ ନଥିବାରୁ ସୋସାଇଟି ଜରିଆରେ ବିହନ, ଜୈବିକ ସାର ରିହାତି ଦରରେ ଯୋଗାଇଵା,  କୃଷି ନିର୍ଦ୍ଧାରଣ କମିଟିରେ ଚାଷୀ  ସଂଗଠନକୁ ସାମିଲ କରି କୃଷି ଓ କୃଷକର ବିକାଶ ନିମନ୍ତେ ବିଧିବଦ୍ଧ ଯୋଜନା କରିଵା, ଜଳ ଭଣ୍ଡାର, ଉଠାଜଳସେଚନ ପ୍ରକଳ୍ପ,ବର୍ଷାଜଳ ସଂରକ୍ଷଣ ସ୍ଥିତି ସମୀକ୍ଷା କରିବା, ପ୍ରତି ପଞ୍ଚାୟତରେ କୃଷି ସହାୟକ କେନ୍ଦ୍ର ଖୋଲିବା, ବାରହା, ମାଙ୍କଡ଼ ଆଦି ବନ୍ୟଜନ୍ତୁ ପାଦୁର୍ଭାବ ଯୋଗୁଁ ଫସଲ ନଷ୍ଟ ହେବା ସଂଗେ ସଙ୍ଗେ ଚାଷୀଙ୍କୁ ଆକ୍ରମଣ କରୁଥିବାରୁ ଏମାନଙ୍କୁ କ୍ଷତିକାରକ ପଶୁ ରୂପେ ଘୋଷଣା କରିଵା, ଗ୍ରାମ କମିଟିର ଅନୁମୋଦନ କ୍ରମେ ଭାଗ ବଷୀଙ୍କ ନାମ ଧାନ ବିକିବା ପାଇଁ ପଞ୍ଜିକରଣ କରିବା ଆଦି ରହିଛି । ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ଚାଷୀ ନେତା ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.