ଖବର ଆଜିରତାରିଖ ୦୭/୦୭/୨୩, ଶୁକ୍ରବାର
୧-ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୫ଟି ପୌରାଞ୍ଚଳର ୨ ହଜାରଟି ବୃହତ ଜଳାଶୟର କରାଯିବ ନବୀକରଣ।
୨-DN ହୋମ୍ସରେ ଦ୍ୱିତୀୟ ଦିନରେ IT ରେଡ୍ : ମିଳିଲା ୧୦୦ କୋଟିରୁ ଅଧିକ ଟଙ୍କାର କ୍ୟାସ ରସିଦ।
୩-ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗୁଆ।
୪-ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ସୁପାରି କଲେ ସୁପ୍ରିମକୋର୍ଟ କଲିଜିୟମ।
୫-ପରିବାର ଉପରେ ‘ପରିବା’ ବୋଝ।ଅଧିକାଂଶ ପରିବା ଶହେ ଉପରେ । ଲଙ୍କା ଖାଇବାକୁ ବି ଲାଗୁଛି ଡର।
୬-ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ।
୭-ଭୁବନେଶ୍ୱର:+୨ ତତ୍କାଳ ପରୀକ୍ଷା,୧୦ରୁ ହବ୍ ରେ ପହଞ୍ଚିବ ପ୍ରଶ୍ନପତ୍ର।
୮-ଆନଦ ଟପ୍ନୋ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ।
୯-ଯୁବ ବିଜେଡିକୁ ନବୀନଙ୍କ ମନ୍ତ୍ର: ସାମାଜିକ ଗଣମାଧ୍ୟମରେ ସକ୍ରିୟ ରୁହ।
୧୦-ବୁର୍ଲା:ଭିମସାରରେ ଏମକେସିଜି ଛାତ୍ରଙ୍କୁ ଆକ୍ରମଣ ଘଟଣା, ତଦନ୍ତ କରିବ ଚାରିଜଣିଆ କମିଟି,୧୫ ଦିନରେ ଦାଖଲ କରିବେ ରିପୋର୍ଟ।
୧୧-ଭଦ୍ରକ ବ୍ଲକ ଖଣ୍ଡତଡା ୟୁଜିଏମଇ ସ୍କୁଲ:ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ।
୧୨-କଟକ:ସାପ ଧରାଳି ଭାବେ ପରିଚିତ ବିଭୁଦତ୍ତ ଜେନାଙ୍କ ପରଲୋକ।ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା
୧୩-୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୧୪-୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ସୁକିନ୍ଦା ଥାନା ଏସଆଇ।
୧୫-ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଅଞ୍ଚଳ:ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି।
୧୬-କର୍ଣ୍ଣାଟକ:ପରିବା ଦର ବୃଦ୍ଧି ଭିତରେ ଆସିଲା ଅଭାବନୀୟ ଖବର, ବିଲରେ ପଶି ୨.୫ଲକ୍ଷ ଟଙ୍କାର ବିଲାତି ଚୋରି କରିନେଲେ ଚୋର।
୧୭-ହରିୟଣାରେ ୪୫ ରୁ ୬୦ ବର୍ଷ ଭିତରେ ଥିବା ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍।
୧୮-ବଦଳିଲା ତାରିଖ, ଜୁଲାଇ ୧୪ରେ ‘ଚନ୍ଦ୍ରଯାନ-୩’ ଉତ୍କ୍ଷେପଣ।
୧୯-ଉତ୍ତର ପ୍ରଦେଶ: ମାଙ୍କଡ଼ ହେଲା ଲକ୍ଷପତି, ବାଇକ୍ରୁ ନେଇଗଲା ନଗଦ ୧ ଲକ୍ଷ ଟଙ୍କା!
୨୦-ମଧ୍ୟପ୍ରଦେଶରେ ପରିସ୍ରା କାଣ୍ଡକୁ ନେଇ ଜାରି ରହିଛି ବୟାନବାଜି । ପୀଡିତଙ୍କ ବାପାଙ୍କ ଗୋଡ ଧୋଇଦେଲେ ମୁଖ୍ୟମନ୍ତ୍ରୀ।
୨୧-ଜକା ଅସରଫ ହେଲେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପରିଚାଳନା କମିଟି ଅଧ୍ୟକ୍ଷ।