ଠକ ଡ଼ାକ୍ତରକୁ ଠାବ କରି ଜେଲ ପଠାଇଲା ଖପ୍ରାଖୋଲ ପୁଲିସ

କଣ୍ଟାବାଞ୍ଜି ୮/୭ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଏକ ବ୍ୟବସାୟିକ ଓ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଅନେକ ଗୁଡ଼ିଏ ଅସୁବିଧା ରହିଥାଏ, ମୁଖ୍ୟ ସମସ୍ୟା କହିବାକୁ ଗଲେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ସେବା ବିଷୟରେ ନ କହିବା ଭଲ, କାରଣ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଉର୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ ସତ ହେଲେ ଏଠି ତଦାରଖ କରିବାକୁ କେହି ନଥିବାରୁ ଫେଲ ମାରିଛି ସ୍ୱାସ୍ଥ୍ୟ ସେବା, ବାସ୍ତବରେ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗିର ଜିଲ୍ଲା କଳାହାଣ୍ଡି. ନୂଆପଡ଼ା. ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ହଜାର ହଜାର ରୋଗୀ ଏହି ଡ଼ାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ହେଲେ ଡ଼ାକ୍ତର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଣଦେଖା କରିବାରୁ ସହ ସହ ରୋଗୀ ମାନେ ଉନ୍ନୀତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହା ଫଳରେ ନକଲି ବଙ୍ଗୀୟ ଠକ ଡ଼ାକ୍ତର ମାନେ ତାହାର ପୁରା ଫାଇଦା ଉଠାଇବା ପାଇଁ ପଛେଇ ନାହାନ୍ତି, ନିଜକୁ ଡ଼ାକ୍ତର ପରିଚୟ ଦେଉଥିବା କିଛି ନକଲି ଡ଼ାକ୍ତର ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କୁ ମନ ଇଚ୍ଛା ଲୁଟି ବାରେ ପଛାଉ  ନାହାନ୍ତି, ସିନ୍ଧେକେଲାର କିଛି ବ୍ୟକ୍ତି ଏହି ନକଲି ଡ଼ାକ୍ତର ମାନଙ୍କୁ ସହଯୋଗ କରୁଥିବା ମଧ୍ୟ ନଜରକୁ ଆସିଛି କିଛି ଡ଼ାକ୍ତରୀ ପାଠ ନ ପଢ଼ି ଫେକ ଡାକ୍ତରି ସାର୍ଟିଫିକେଟ କିଣି ବିନା ରେଜିଷ୍ଟ୍ରେସନରେ ଏଠି ଚଳାଇଛନ୍ତି ମନ ଇଚ୍ଛା କାରବାର ରୋଗୀଙ୍କୁ ସାମାନ୍ୟ ଜର ହେଲେ କିଛି ସାଲାଇନ କିଛି ଭିଟାମିନ ଇଞ୍ଜେକ୍ସନ ଭିଟାମିନ ସିରଫ ଓ ଟାବଲେଟ ଦେଇ ମନଇଚ୍ଛା ରୋଗୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଥିବା ଘଟଣା ନଜରକୁ ଆସିଛି ନୀରିହ ରୋଗୀ କଣ ବା କରିବ ରୋଗ ଭଲ ହେବା ଆଶା ନେଇ ପଇସା ଧାର କରଜ କରି ନକଲି ଡ଼ାକ୍ତର ପାଖକୁ ଯାଇ ବହୁ ଖର୍ଚ୍ଚାନ୍ତର ହେଉଥିବାର ବିଷୟ ସାମ୍ନାକୁ ଆସିଛି କିଛି ଦିନ ପରେ ରୋଗ ଭଲ ନ ହେଲେ ରୋଗୀଙ୍କୁ ଟିଟିଲାଗଡ଼. ବଲାଙ୍ଗିର. ବୁର୍ଲା ଯିବା ପାଇଁ ପରାମର୍ଶ ଦେଉଥିବା ଘଟଣା ମଧ୍ୟ ନଜରକୁ ଆସୁଛି ତେବେ ଏହି ନକଲି ଠକ ଡ଼ାକ୍ତର ଓ ବେଆଇନ ଭାବରେ ବଢ଼ି ଚାଲିଥିବା କ୍ଲିନିକ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜିବୀ ମାନଙ୍କ ଦାବି ହେଉଥିବା ବେଳେ ଚୁପ ଚାପ ହୋଇ ବସି ପଡ଼ିଛି ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିଛି ଦିନ ହେଲା ଖପ୍ରାଖୋଲ ବ୍ଲକରେ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ନକଲି ଡ଼ାକ୍ତରଙ୍କୁ ଗିରଫ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଜ଼ୀଲ୍ଲା ସାରା ନକଲି ଡ଼ାକ୍ତର ମଧ୍ୟରେ କକୁଆଭୟ ଦେଖା ଦେଇଛି ହେଲେ କିଛି ଦିନର ନିରବତା ପରେ ଖୁଲମ ଖୁଲା ଚାଲିଛି ତେବେ ଏହି ଅଞ୍ଚଳ ବାକିମାନେ ମଧ୍ୟ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରିବା ପାଇଁ ଦାବି କରିଛନ୍ତି ଦେଖିବାକୁ ବାକି ରହିଲା ସ୍ୱାସ୍ଥ୍ୟ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏହି ବେଆଇନ କ୍ଲିନିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଚୁପ ହୋଇ ବସି ଯାଉଛନ୍ତି ଯେ ଦେଖିବାକୁ ବାକି ରହିଲା

Leave A Reply

Your email address will not be published.