ଖବର ଆଜିର ତାରିଖ: ୧୨/୦୭/୨୩, ବୁଧବାର

୧-‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣୀ – ମୁଖ୍ୟମନ୍ତ୍ରୀ।

୨-BPUT ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ,ଖାତା ଦେଖୁ ନାହାଁନ୍ତି ଅଧ୍ୟାପକ।

୩-ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ।

୪-ହାଇସ୍କୁଲ ପିଲା ପିନ୍ଧିବେ ନୂଆ ୟୁନିଫର୍ମ: ଘରୋଇ ସ୍କୁଲ ଭଳି ରହିବ ହାଉସ୍ ୟୁନିଫର୍ମ।

୫-ବଦଳିଲା ପାଗ,୧୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ।

୬-ବ୍ରହ୍ମପୁର ଟାଉନ ଥାନା ଅଧୀନରେ ଆସୁଥିବା ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର।

୭-ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର।

୮-ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି-ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା।

୯-ବାଲିଅନ୍ତା ନିକଟ କୁଆଖାଇରେ ବୁଡି ୨ ମୃତ: ଅନ୍ୟ ନିଖୋଜ ୨ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ।

୧୦-ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

୧୧-ଭୁବନେଶ୍ୱର:୧୦ ବର୍ଷ ପରେ ବି ମିଳୁନି ଚାକିରି; ରାସ୍ତାକୁ ଓହ୍ଲାଇଲେ ଆଗ୍ରୋପଲିଟେକନିକ ଛାତ୍ରଛାତ୍ରୀ।

୧୨-ବ୍ରହ୍ମପୁର:ଦିବ୍ରୁଗଡ଼-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ, ଭୟରେ ଦୌଡି ପଳାଇଲେ ଯାତ୍ରୀ।

୧୩-ସରିଲା ବହୁ ଚର୍ଚ୍ଚିତ ଜଟଣୀ ଫ୍ଲାଏ ଓଭର ବ୍ରିଜର କାମ, ଘୋଷଣା କଲେ ବିଧାୟକ ସୁର ରାଉତରାୟ ।

୧୪-ସିଲଭର ସିଟିରୁ ନକଲି ମେଡିସିନ ଜବତ ଘଟଣା, ପୁରୀଘାଟ ଥାନାରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ।

୧୫-ବେଙ୍ଗାଲୁୁରରୁ ଧରାପଡିଲା ଠକ ବର। କେବେ ଡାକ୍ତର ତ ପୁଣି କେବେ ଇଂଜିନିୟର କହି ୧୦ବର୍ଷରେ କରିଛି ୧୫ଜଣଙ୍କୁ ବିବାହ।

୧୬-ମହାନଦୀ ଜଳ ବିବାଦ ମାମଲା,୪ ସପ୍ତାହ ସମୟ ମାଗିଲା ଓଡ଼ିଶା।

୧୭-ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ ।

୧୮-ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେବ ଭାରତ। ଗୋଲଡମ୍ୟାନ ସ୍ୟାଚସର ଆକଳନ, ୨୦୭୫ରେ ଆମେରିକାକୁ ଟପିଯିବ ଦେଶ।

୧୯-ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ।

୨୦-କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା: ପ୍ରବର୍ତନ ନିର୍ଦ୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧିକୁ ବେଆଇନ କହିଲେ ସର୍ବୋଚ୍ଚ ନ୍ୟାୟଳୟ।

୨୧-ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ।

Leave A Reply

Your email address will not be published.