ମଣିଷ ଖାଉଛି ମଣିଷ ମାଂସ

ପୁଣି ସତ ପ୍ରମାଣିତ ହେଲା ମାଳିକା ବଚନ। ମଣିଷ ଖାଉଛି ମଣିଷ ମାଂସ। ଶବ ସଂସ୍କାର ପାଇଁ ମଶାଣି ଯାଇଥିବା ବେଳେ ଅଧାପୋଡ଼ା ଶବର ମାଂସ କାଢି ୨ ଜଣ ଖାଉଥିବା ଦେଖିଲେ ଉପସ୍ଥିତ ଥିବା ଅନ୍ୟମାନେ। ଯାହା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ଉତ୍ତେଜନା ଦେଖାଦେବା ସାଙ୍ଗକୁ ମଣିଷ ମାଂସ ଖାଉଥିବା ୨ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ପରେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜୁଇରେ ଜଳୁଥିବା ଅଧାପୋଡ଼ା ଶବର ମାଂସ ଖାଉଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଏ ଘଟଣାକ୍ରମକୁ ବିଚାରକୁ ନେଲେ ମଣିଷ ଭୁଲିଗଲା ନୈତିକତା ଆଉ ମାନବିକତା ।ନିଶାରେ ମଣିଷ ଯେ ଏତେ ତଳକୁ ଖସିଯିବ ତାହା ଅନୁମାନ କରିବା ଅସମ୍ଭବ। ନିଶାରେ ଚୂର୍ ହେଇ ମଣିଷ ଖାଉଛି ମଣିଷ ମାଂସ। ଜୁଇରେ ଜଳୁଥିବା ମୃତଦେହର ଅଧାପଡ଼ା ମାଂସ ଆଣି ଖାଇଲେ ଦୁଇ ନିଶାସକ୍ତ ମଣିଷ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର
ବନ୍ଧସାହିରେ। ଗତକାଲି ଜମୁନାପ୍ରତାପୁର ଗ୍ରାମର ଯୁବତୀ ମଧୁସ୍ମିତା ସିଂ ଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ମିଳିତ ଭାବେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର ପାଇଁ ମଶାଣିକୁ ନେଇଥିଲେ । ସୂଚନାଯୋଗ୍ୟ, ତାଙ୍କ ସହିତ ଶବ ସତ୍କାର ପାଇଁ ଦାନ୍ତୁଣ ଗ୍ରାମର ନରେନ୍ଦ୍ର ସିଂ ଏବଂ ସୁନ୍ଦରମହନ୍ ସିଂ ମଧ୍ୟ ଯାଇଥିଲେ। ତେବେ ନରେନ୍ଦ୍ର ଏବଂ ସୁନ୍ଦରମହୋନ ନିଶାରେ ଚୁରଥିବା ବେଳେ,ଜୁଇରେ ଜଳୁଥିବା ଅଧାପୋଡ଼ା ହେଇଥିବା ମୃତଦେହରୁ ମାଂସ ଆଣି ଖାଉଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ
BYTE
ଶବସତ୍କାର ସରିଲା ପରେ ଗ୍ରାମବାସୀ ନରେନ୍ଦ୍ର ଏବଂ ସୁନ୍ଦର ମହୋନ କୁ ଅଟକ ରଖିଥିଲେ। ଏପରିକି ସେମାନଙ୍କ ନିକଟରୁ ଅଧାପୋଡା ମଣିଷ ମାଂସ ଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ପୋଲିସ ଅଭିଯୁକ୍ତ ୨ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Leave A Reply

Your email address will not be published.