ଖବର ଆଜିର ତାରିଖ;୧୩/୦୭/୨୩, ଗୁରୁବାର
୧-ଆଜିଠୁ+୨ ତତ୍କାଳ ପରୀକ୍ଷା, ରାଜ୍ୟରେ ୩୨ଟି କେନ୍ଦ୍ରରେ ହେବ ଅନୁଷ୍ଠିତ।
୨-ଶ୍ରାବଣରେ ଜମି ଫାଟି ଆଁ,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା।ପାଖାପାଖି ୪୦ ପ୍ରତିଶତ ଜମିରେ ଏଯାଏଁ ଆରମ୍ଭ ହୋଇପାରିନି ଧାନ ଚାଷ।
୩-ଭୁବନେଶ୍ୱର:ଆଜି ସରିବ+୨ ପ୍ରଥମ ପର୍ଯ୍ୟାୟ ନାମଲେଖା।
୪-ପରିବା ପରେ ଚାଉଳ ଚିନ୍ତା: ବଢିବାରେ ଲାଗିଛି ଚାଉଳ ଦର, ଚିନ୍ତାରେ ମଧ୍ୟବିତ୍ତ ପରିବାର।
୫-ବାଲିଅନ୍ତା: ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର। ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି।
୬-ସରକାରଙ୍କୁ ଅପୋସାର ଚେତାବନୀ: ୨୧ରେ ସବୁ ଘରୋଇ ବିଦ୍ୟାଳୟର ବନ୍ଦ।
୭-ରାଇପାହାଡରେ ଆନ୍ଧ୍ର- ଓଡ଼ିଶା ଅଧିକାରୀ: ପ୍ରମାଣ ଦେଖାଇ ପାରିଲା ନାହିଁ ଆନ୍ଧ୍ର।
୮-ଢେଙ୍କାନାଳ: ପର୍ଜଙ୍ଗ କୁଆଳୋ ଅଷ୍ଟଶମ୍ଭୁ ଶିବ ମନ୍ଦିରର ହେବ ଉନ୍ନତି କାମ, ବିକାଶ ନେଇ ପ୍ରତିଶ୍ରୁତି ଦେଲେ 5T ସଚିବ।
୯-କରଞ୍ଜିଆ: ବିଦ୍ୟାଳୟ ସମସ୍ୟା ଜଣାଇବାକୁ ୨୫ କିମି ଚାଲିଲେ ଅନ୍ତେବାସୀ।
୧୦-ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛନ୍ତି ୟୁନିଭର୍ସିଟି କତ୍ତୃପକ୍ଷ।
୧୧-ବାହାନଗା ଟ୍ରାଜେଡି: ଗିରଫ ୩ କର୍ମଚାରୀଙ୍କ ସମେତ ୭ ସସ୍ପେଣ୍ଡ।
୧୨-ଢେଙ୍କାନାଳ:ମୁଥ ମାଡ଼ରେ କଙ୍କଡ଼ାହାଡ଼ ଉ.ପ୍ରା. ସ୍କୁଲ୍ର ଛାତ୍ର ଗୁରୁତର ,କାମାକ୍ଷାନଗର ମେଡ଼ିକାଲକୁ ସ୍ଥାନାନ୍ତର।
୧୩-5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।
୧୪-ଭୁବନେଶ୍ୱର:ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍।
୧୫-ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର।
୧୬-ନୟାଗଡ଼:ମହିଳା ଆଇଆଇସିଙ୍କ ଠାରୁ ଚେନ୍ ଲୁଟ ମାମଲା, ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ।
୧୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩ରୁ ୧୫ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।
୧୮-ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମହଙ୍ଗା ହେବ ଅନଲାଇନ୍ ଗେମିଂ, ଘୋଡ଼ା ଦୌଡ଼ ଓ କ୍ୟାସିନୋ । ସିନେମା ହଲରେ ଖାଇବା ହେବ ଶସ୍ତା।
୧୯-ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ।
୨୦-ବେଙ୍ଗାଲୁରୁ ବୈଠକ ପାଇଁ ସଜବାଜ ହେଲେଣି ବିରୋଧୀ । ଜୁଲାଇ ୧୭, ୧୮ ଦୁଇ ଦିନିଆ ବୈଠକରେ ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।